www.samajalive.in
Wednesday, December 10, 2025
26.1 C
Bhubaneswar

ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାତା ଦିବସ ପାଳିତ

ଦେବଗଡ଼: ଓଡିଶା ରକ୍ତ ଭଣ୍ଡାର ଆନୁକୂଲ୍ୟରେ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଶନିବାର ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାତା ଦିବସ ପାଳିତ ହୋଇଯାଇଛି । ଏଡିପିଏଚ୍‌ଓ (ପରିବାର କଲ୍ୟାଣ) ଡକ୍ଟର ଧନଞ୍ଜୟ ମହାନ୍ତଙ୍କ ପରିଚାଳନା ଓ ମ୍ୟାଲେରିଆ ଅଧିକାରୀ ଡାକ୍ତର ସୁବାସ ଚନ୍ଦ୍ର ମଣ୍ଡଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏଡିଏଚ୍‌ଓ ଡାକ୍ତର ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଏଡିଏମ୍‌ଓ (ମେଡିକାଲ)ଡାକ୍ତର ମନୋରଞ୍ଜନ ସାମଲ, ରକ୍ତ ଭଣ୍ଡାର ଅଧିକାରୀ ରବୀନ୍ଦ୍ରନାଥ ମାରାଣ୍ଡି , ଲୋକ ସମ୍ପର୍କ ଅଧିକାରୀ ମଳୟ କୁମାର ବେହେରା ଓ କର୍ମଚାରୀ ଭବାନୀ ଶଙ୍କର ମିଶ୍ର ପ୍ରମୁଖ ଯୋଗଦେଇ ରକ୍ତଦାନର ଉପକାରିତା ବିଷୟରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିବାସହ ‘ରକ୍ତଦାନ ମହତ ଦାନ’ ବୋଲି ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ୨୦୧୯ ମସିହାରୁ ଅଦ୍ୟାବଧି ଜିଲାର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜିତ କରିଥିବା ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ଏବଂ ମୋମେଂଟୋ (ସ୍ମାରକୀ) ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଏକକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଜରିଆରେ ସର୍ବାଧିକ ରକ୍ତ ସଂଗ୍ରହ କରିଥିବା  କରିଥିବା ସୁଗୁଡା ସ୍ଥିତ ନେତାଜୀ କ୍ଲବକୁ ପ୍ରଥମ ପୁରସ୍କାର, ମାରୱାଡି ଯୁବା ମଂଚକୁ ଦ୍ୱିତୀୟ ପୁରସ୍କାର ଏବଂ ଜିଲା ଡ୍ରାଇଭର ସଂଘକୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ଏକାଧିକ ଶିବିର ଆୟୋଜନ କରି ସର୍ବାଧିକ ରକ୍ତ ସଂଗ୍ରହ କରିଥିବା ‘ଜୀବନବିନ୍ଦୁ-  ଓଡିଶା ମୋ ପରିବାର’କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ବ୍ୟକ୍ତିଗତ ଭାବେ ସର୍ବାଧିକ ଥର ରକ୍ତଦାନ କରିଥିବା ଦେବଗଡ ପୌରାଂଚଳ କଚେରୀ ସାହିର ହିମାଂଶୁ ଶେଖର ବିଶ୍ୱାଳ, ଦେବଗଡ କଲେକ୍ଟୋରେଟର ସନ୍ତୋଷ କୁମାର ରଥ  ଓ ବ୍ୟବସାୟୀ କୈଳାସ ଚନ୍ଦ୍ର ଅଗୱାଲଙ୍କୁ ମାନପତ୍ର ଏବଂ ସ୍ମାରକୀ ପ୍ରଦାନ ପୂର୍ବକ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା ।

Hot this week

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

Related Articles

Popular Categories