ଭୁବନେଶ୍ୱର- ଦେଶରେ ବ୍ୟବସାୟିକ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ହ୍ରାସ ପାଇଛି । ମାତ୍ର ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ବ୍ୟବସାୟିକ ୧୯ କେଜି ସିଲିଣ୍ଡର ମୂଲ୍ୟ ହ୍ରାସ କରାଯାଇଛି।
ଦିଲ୍ଲୀରେ ଏହାର ମୂଲ୍ୟ ୨୫.୫୦ ଟଙ୍କା, କୋଲକାତାରେ ୩୬.୫୦ ଟଙ୍କା, ମୁମ୍ବଇରେ ୩୨.୫୦ ଏବଂ ଚେନ୍ନଇରେ ୩୫.୫୦ ଟଙ୍କା ହ୍ରାସ ପାଇଛି ।ଏବେ ଦିଲ୍ଲୀରେ ବ୍ୟାବସାୟିକ ୧୯ କିଲୋ ‘ଏଲ୍ପିଜି’ ସିଲିଣ୍ଡର୍ ଦର ଟ. ୧,୮୫୯, କୋଲ୍କାତାରେ ଟ. ୧,୯୫୯, ମୁମ୍ବାଇରେ ଟ. ୧,୮୧୧.୫୦ ରହିଛି ।
ଗତମାସରେ ବ୍ୟବସାୟିକ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ହ୍ରାସ ପାଇଥିଲା ।



