ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ଆମେରିକାରେ ସାହାସିକତା ପାଇଁ ମିଳିଲା ଶ୍ରେଷ୍ଠ ସମ୍ମାନ
ନ୍ୟୁୟର୍କ . – ଭାରତୀୟ ବଂଶୋଦ୍ଭବ ମହିଳା ମିନାଲ ପଟେଲ୍ ଡେଭିସ୍ଙ୍କୁ ତାଙ୍କ ସାହାସିକତା ଓ ଯୌନ ଉତ୍ପୀଡନ ବିରୋଧରେ ସଂଗ୍ରାମ ଯୋଗୁଁ ଆମେରିକାର ଶ୍ରେଷ୍ଠ ସମ୍ମାନ ମିଳିଛି । ହ୍ୱାଇଟ୍ହାଉସ୍ରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ମିନାଲଙ୍କୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରାଷ୍ଟପତି ପଦକ ପ୍ରଦାନ କରିଛନ୍ତି ।
ଏବେ ମିନାଲ ଆମେରିକା ହଷ୍ଟନର ମେୟରଙ୍କର ମାନବ ଚାଲାଣ ବିଷୟରେ ପରାମର୍ଶଦାତା ଅଛନ୍ତି । ନିକଟ ଅତୀତରେ ମିନାଲ ଭାରତ ଓ କାନାଡା ପରିଭ୍ରମଣରେ ଆସିବା ସହ ମାନବଚାଲାଣ ରୋକିବାପାଇଁ କିପରି ପଦକ୍ଷେପ ଗ୍ରହଣ କରାଯାଇ ପାରିବ ସେ ସମ୍ପର୍କରେ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।
ମିନାଲଙ୍କ ପିତାମାତା ଭାରତରୁ ଆମେରିକା ଯାଇଥିଲେ । ସେ ସହିଠାରେ ଜନ୍ମଗ୍ରହଣ କରିଥିଲେ । ଅନେକ ଦିନ ଧରି ସେ ଯୌନ ଉତ୍ପୀଡନ ଓ ମାନବ ଚାଲାଣ ବନ୍ଦ କରିବା ବିଷୟରେ କାମ କରି ଆସୁଛନ୍ତି ।