ନୂଆଦିଲ୍ଲୀ : ଦେଶର ୫୦ କୋଟି ମୋବାଇଲ ନମ୍ବରକୁ ଅଚଳ କରାଯିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟର ସତ୍ୟତା ନାହିଁ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ନୂଆଦିଲ୍ଲୀରେ ଟେଲି ଯୋଗାଯୋଗ ବିଭାଗ ଓ ଭାରତୀୟ ଏକକ ପରିଚୟ ପତ୍ର ପ୍ରାଧିକରଣ (ୟୁଆଇଡିଏଆଇ) ଏକ ମିଳିତ ବିବୃତ୍ତିରେ ଏହି ଖବରକୁ ଭିତ୍ତିହୀନ ଓ ଗୁଜବ ବୋଲି ଦର୍ଶାଇଛନ୍ତି। ଏହି ଖବର ଦ୍ୱାରା ମୋବାଇଲ ଉପଭୋକ୍ତାଙ୍କ ମଧ୍ୟରେ ଅଯଥା ଭୟ ଓ ଆତଙ୍କ ଖେଳାଇ ଦିଆଯାଇଛି।
ଉଭୟ ସଂସ୍ଥା ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ଆଧାରକାର୍ଡ଼ ଆଧାରରେ ମିଳିଥିବା ମୋବାଇଲ ନମ୍ବର ଗୁଡ଼ିକୁ ଅଚଳ କରିବାପାଇଁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇ ନାହାନ୍ତି । ଟେଲି ଯୋଗାଯୋଗ ବିଭାଗ ଓ ୟୁଆଇଡିଏଆଇ ଆଧାର ମାମଲା ଉପରେ ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତି ଅନୁସାରେ ମୋବାଇଲ ଆପ୍ ମାଧ୍ୟମରେ ନୂଆ ସିମ୍ କାର୍ଡ଼ ପ୍ରଦାନ କରିବାପାଇଁ ଏକ ଡିଜିଟାଲ ପ୍ରକ୍ରିୟା ବିକଶିତ କରୁଛନ୍ତି । ଏହି ପ୍ରକ୍ରିୟା ମାଧ୍ୟମରେ ଜଣେ ବ୍ୟକ୍ତିର ଲାଇଭ ଫଟୋ, ସମୟ, ଭୌଗୋଳିକ ସ୍ଥାନ ସଂପର୍କରେ ସୂଚନା ଦିଆଯିବ। ୱାନ ଟାଇମ ପାସ ୱାର୍ଡ଼ ବା ଓଟିପି ଦ୍ୱାରା ସିମ କାର୍ଡ଼ ଗୁଡ଼ିକୁ ପ୍ରମାଣିତ କରାଯିବ।
୫୦ କୋଟି ମୋବାଇଲ ନମ୍ବର ଅଚଳ ସଂପର୍କୀତ ଖବରରେ ସତ୍ୟତା ନାହିଁ : ସରକାର
Popular Categories



