www.samajalive.in
Wednesday, December 10, 2025
26.1 C
Bhubaneswar

ଡେନ୍‌ ଓ ହାଥଓ୍ୱେର ଅଂଶଧନ କିଣିବ ରିଲାଏନ୍ସ !

ନୂଆଦିଲ୍ଲୀ . –   ମୁକେଶ ଅମ୍ବାନୀଙ୍କର ଦ୍ୱାରା ପରିଚାଳିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌  ଡେନ୍‌ ନେଟଓ୍ୱର୍କ ଓ ହାଥଓ୍ୱେ  କେବଲ-ଡାଟାକମ୍‌ ର  ଅଂଶଧନ କିଣିବ ବୋଲି ସୂଚନା ମିଳିଛି ।  ଡେନ୍‌ ନେଟଓ୍ୱର୍କର ୬୬ ପ୍ରତିଶତ ଓ ହାଥଓ୍ୱେ  କେବଲ-ଡାଟାକମ୍‌ର ୫୧.୩ ପ୍ରତିଶତ ଅଂଶଧନ କିଣିବ ବୋଲି ଜଣା ପଡିଛି ।  ଡେନ୍‌ ନେଟଓ୍ୱର୍କର ୬୬ ପ୍ରତିଶତ ଅଂଶଧନର ମୂଲ୍ୟ ୨,୨୯୦ କୋଟି ଟଙ୍କା ହୋଇଥିବା ବେଳେ  ହାଥଓ୍ୱେର ୫୧.୩ ପ୍ରତିଶତ ଅଂଶଧନର ମୂଲ୍ୟ ୨,୯୪୦ କୋଟି ଟଙ୍କା ।  ଜିଓଗିଗାଫାଇବର ସେବା ପାଇଁ ରିଲାଏନ୍ସ ଏହି ଅଂଶଧନ କିଣୁଥିବା ଜଣା ପଡିଛି । ଏହା ଦ୍ୱାରା ପ୍ରାୟ ୫୦୦ ଲକ୍ଷ ଘରେ ରିଲାଏନ୍ସ ଜିଓ ଗିଗା ଫାଇବର ପହଞ୍ଚି ପାରିବ ।

ଏଥିପାଁଇଁ ରିଲାଏନ୍ସରୁ ୫୨୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ବ୍ଲୁମ୍‌ବର୍ଗକ୍ୱିଣ୍ଟରେ ବାହାରିଥିବା ଖବର ଅନୁଯାୟୀ ଏହା ଦେଶର ସର୍ବ ବୃହତ୍ତ କେବଲ ଓ ତାର ମାଧ୍ୟମରେ ଇଣ୍ଟରନେଟ୍‌ ସେବା ଯୋଗାଣ କମ୍ପାନୀ  ହୋଇଯିବ ।  ଏହା ସହ ଜିଓ  ଏକ ସଙ୍ଗରେ ବ୍ରଡବ୍ୟାଣ୍ଡ ଓ  ଡିଟିଏଚ୍‌ ସେବା ପ୍ରଦାନକାରୀ କମ୍ପାନୀ ହୋଇ ପାରିବ ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories