www.samajalive.in
Monday, December 8, 2025
24.1 C
Bhubaneswar

ନେହାଙ୍କ ଗୀତରେ ନଜର ଆସିବେ ଚହଲଙ୍କ ପତ୍ନୀ ଧନଶ୍ରୀ ବର୍ମା; ସାମ୍ନାକୁ ଆସିଲା ପ୍ରଥମ ଲୁକ୍‌

ମୁମ୍ବାଇ: ବଲିଉଡ଼ କଣ୍ଠଶିଳ୍ପୀ ନେହା କକ୍କର ଖୁବଶୀଘ୍ର ତାଙ୍କର ଏକ ନୂଆ ଗୀତ ନେଇ ଆସୁଛନ୍ତି। ସଙ୍ଗୀତ ଶିଳ୍ପର ରିମେକ୍‌ କ୍ବିନ୍‌ ଭାବେ ଜଣାଶୁଣା ନେହା ଏବେ ଏକ ଖାସ୍‌ ଗୀତରେ କାମ କରୁଛନ୍ତି। ଏହି ଗୀତରେ ତାଙ୍କ ସହ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ପତ୍ନୀ ଧନଶ୍ରୀ ବର୍ମା ନଜର ଆସିବେ। ଗୀତର ନାଁ ରହିଛି ‘ଓ ସଜ୍‌ନା..’।

ନେହା କକ୍କର ଇନ୍‌ଷ୍ଟାଗ୍ରାମରେ ଧନଶ୍ରୀଙ୍କ ସହ ଫଟୋ ଶେୟାର କରି ଏହି ଗୀତର ଘୋଷଣା କରିଛନ୍ତି। ପୋଷ୍ଟରରେ ନେହା ସବୁଜ ରଙ୍ଗର ଡ୍ରେସ୍‌ ପିନ୍ଧିଛନ୍ତି ଓ ଧନଶ୍ରୀ ଗୋଲାପୀ ରଙ୍ଗର ଏକ ଡ୍ରେସ୍‌ ପିନ୍ଧି ହସୁଥିବା ଦେଖିବାକୁ ମିଳିଛି। ଉଭୟଙ୍କୁ ଦେଖି ଲାଗୁଛି ଯେପରି ସେମାନେ ଏକ ଛୋଟପିଲା ରୁମ୍‌ରେ ବସିଛନ୍ତି। ଛୋଟ ଛୋଟ ଚେୟାର ଉପରେ ଦୁହେଁ ବସିଛନ୍ତି ଓ ତାଙ୍କ ପାଖରେ ଖେଳନା, ଉପହାର ଆଦି ରଖାଯାଇଛି। ଉଭୟଙ୍କ ପାଦରେ ପାଉଁଜି ମଧ୍ୟ ଅଛନ୍ତି, ଯାହାକୁ ସେମାନେ ଦେଖାଉଛନ୍ତି।

- Advertisement -


ନେହା ଗୀତ ବିଷୟରେ ଘୋଷଣା କରି ଏହା ସେପ୍ଟେମ୍ବର ୧୯ ତାରିଖରେ ରିଲିଜ୍‌ ହେବ ବୋଲି ସୂଚନା ଦେଇଛନ୍ତି। ନେହାଙ୍କ ପୋଷ୍ଟରେ କମେଣ୍ଟ କରି ଧନଶ୍ରୀ ଲେଖିଛନ୍ତି, ‘‘ମୁଁ ବହୁତ ଉତ୍ସାହିତ। ଆପଣ କେତେ ସୁନ୍ଦୁ ଦିଶୁଛନ୍ତି।’’

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories