www.samajalive.in
Wednesday, December 10, 2025
26.1 C
Bhubaneswar

ମହାନଦୀରେ ବୁଡ଼ିଯାଇ ଜଣେ ମୃତ

ବଡ଼ମ୍ବା: ନଦୀରେ ବୁଡ଼ିଯାଇ ଶଂଖାମେରୀ ଜାନିଗାଡ଼ିଆ ସାହିର ମୁରଲୀ ବେହେରା(୪୭)ଙ୍କ ମୃତ୍ୟୁ ଘଟିଛି । ବୁଧବାର ସକାଳେ ନିଜ ଗାଁ ସ୍ଥିତ ମହାନଦୀରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଥିବା ଗ୍ରାମବାସୀଙ୍କଠୁ ସୂଚନା ମିଳିଛି । ଏହି ଦୁଃଖଦ ଖବର ପାଇବା ପରେ ସ୍ଥାନୀୟ ସରପଞ୍ଚ ଜ୍ୟୋତ୍ସ୍ନାମୟୀ ବିଶ୍ୱାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଗ୍ରାମବାସୀ ପରମାନନ୍ଦ ସେଠୀ, ସରପଞ୍ଚଙ୍କ ପ୍ରତିନିଧି ମାନସ ରଞ୍ଜନ ମୁଦୁଲି, ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ଜିଲାପରିଷଦ ସଦସ୍ୟ ରବୀନ୍ଦ୍ର କୁମାର ସାହୁ, ସାମାଜିକ କର୍ମୀ ପ୍ୟାରୀ ମୋହନ ସ୍ୱାଇଁ, ସୁଶାନ୍ତକୁମାର ଜେନା ପ୍ରମୁଖ ଶୋକସନ୍ତପ୍ତ ପରିବାର ଲୋକଙ୍କୁ ସାକ୍ଷାତ କରି ସମବେଦନା ଜଣାଇଥିଲେ । ଜଣେ ରାଜମିସ୍ତ୍ରୀ ଥିବା ମୃତକ ମୁରଲୀଙ୍କ ଅକାଳ ବିୟୋଗରେ ଗ୍ରାମବାସୀଙ୍କ ସମେତ ସ୍ଥାନୀୟ ନେତୃବର୍ଗ ଗଭୀର ଶୋକବ୍ୟକ୍ତ କରିଛନ୍ତି । ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଇଛନ୍ତି । ଏକ ଶୋକାକୁଳ ପରିବେଶରେ ଗାଁ ଶ୍ମଣାନରେ ମୁରଲୀଙ୍କ ଅନ୍ତିମ ସଂସ୍କାର କରାଯାଇଛି ।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories