www.samajalive.in
Wednesday, December 10, 2025
26.1 C
Bhubaneswar

ତୁଷୁରା ଏନଏସିରେ ଭୀମ ଭୋଇ ସାମର୍ଥ୍ୟ ଶିବିର

ଗୁଡଭେଲା: ବଲାଙ୍ଗୀର ଜିଲ୍ଲା ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ତୁଷୁରା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ଭୀମ ଭୋଇ ସାମର୍ଥ ଅଭିଯାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଏନଏସି ଅଧ୍ୟକ୍ଷ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବରେ ତୁଷୁରା ତହସିଲଦାର ରବୀନ୍ଦ୍ର ପଟେଲ, ସାମାଜିକ ଅଧିକାରୀ ନବକୃଷ୍ଣ ସାହୁ, ଉପାଧ୍ୟକ୍ଷ ମାମି ଦାସ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁ ଉପସ୍ଥିତ ଥିଲେ । ଏଥିରେ ୨୧୦ ଜଣଙ୍କ ପଞ୍ଜୀକରଣ ହୋଇଥିବା ବେଳେ ୫ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ଦେବା ସହ ୨୮ ଜଣଙ୍କୁ ଭିନ୍ନକ୍ଷମ ବିଭିନ୍ନ ଉପକରଣ ଦେବା ପାଇଁ ଚିହ୍ନଟ କରାଯାଇଥିଲା । ବିଭିନ୍ନ ବିଭାଗର ବିଶେଷଜ୍ଞ ତଥା ଡାକ୍ତରମାନେ ଉପସ୍ଥିତ ରହି ରୋଗୀ ମାନଙ୍କୁ ଚିକିତ୍ସା କରିଥିଲେ । ଏଥିରେ ଏନଏସିର ସମସ୍ତ ୱାର୍ଡ କାଉନସିଲର ଓ କର୍ମଚାରୀ ସହଯୋଗ କରିଥିଲେ ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories