www.samajalive.in
Monday, December 8, 2025
14.1 C
Bhubaneswar

ରୁପା ବ୍ୟବହାର କରୁଥିଲେ ; ଜାଣି ରଖନ୍ତୁ ଏହି କଥା

ରୁପାର ଗୁଣ ଶୀତଳତା ପ୍ରଦାନ କରିବା। ଏଥିରେ ଖାଦ୍ୟ ଖାଇବା ଦ୍ୱାରା ଶରୀରକୁ ଶୀତଳତା ମିଳିଥାଏ। ପୁରୁଣା କାଳରେ ଲୋକେ ଖାଦ୍ୟପେୟ ପାଇଁ ଏହି ବାସନର ଅଧିକ ବ୍ୟବହାର କରୁଥିଲେ। ରୁପାର ବାସନ ସର୍ବଦା ଜୀବାଣୁ ମୁକ୍ତ ଓ ଏଥିରେ ଖାଦ୍ୟ ଖାଇବା ଦ୍ୱାରା ଶରୀର ପାଇଁ ଖୁବ ଲାଭଦାୟକ। ଏହା ସହ ଶାସ୍ତ୍ର ଅନୁସାରେ ସାଧାରଣତଃ ରୁପାର ମୁଦି ପିନ୍ଧିବା ଦ୍ବାରା ଅନେକ ସଫଳତା ପ୍ରାପ୍ତି ହୋଇଥାଏ। କେବଳ ରୁପାର ମୁଦି ନୁହେଁ  ପାତ୍ର ବ୍ୟବହାର କରିବା ଦ୍ବାରା ମଧ୍ୟ ଅନେକ ଲାଭ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରୁପାର ସମ୍ପର୍କ ବୃହସ୍ପତି ଏବଂ ଚନ୍ଦ୍ରଙ୍କ ସହ ରହିଥାଏ । ଏହା ଆମ ଶରୀରରେ ଥିବା ଜଳକୁ ନିୟନ୍ତ୍ରଣ କରିଥାଏ।
ଶାସ୍ତ୍ର ଅନୁସାରେ, ରୁପା ଧନବୃଦ୍ଧି ସହ ଭାଗ୍ୟ ପରିବର୍ତ୍ତନରେ ମଧ୍ୟ ସହାୟକ ହୋଇଥାଏ।
ରୁପା ମୁଦି ପିନ୍ଧିବା ଦ୍ବାରା ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ନଷ୍ଟ କରିଦିଏ। ଏହାଦ୍ୱାରା ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦୂର କରିଥାଏ। ଘରେ ରୁପାର ପାତ୍ର ବ୍ୟବହାର କରିବା ଦ୍ବାରା ଅନେକ ଲାଭ ହୋଇଥାଏ। ରୋଷେଇ ଘରେ କିମ୍ବା ଘରେ ସାଜସଜ୍ଜାରେ ରୁପାର ସାମଗ୍ରୀ ବ୍ୟବହାର କରିବା ଦ୍ବାରା ଜୀବନରେ ସକାରାତ୍ମକ ଶକ୍ତି ଉତ୍ପନ ହୋଇଥାଏ।
ହାତର ଛୋଟ ଅଙ୍ଗୁଳିରେ ରୂପା ମୁଦି ପିନ୍ଧିବା ଦ୍ବାରା ଜୀବନରେ ସକାରାତ୍ମକ ଭାବ ଜାଗ୍ରତ ହୋଇଥାଏ। ଏହାର ପ୍ରଭାବରେ ଆପଣଙ୍କ ବ୍ୟକ୍ତିତ୍ୱର ବିକାଶ ଘଟିଥାଏ। ଏହି ମୁଦି ପିନ୍ଧିବା ଦ୍ୱାରା ନିଜ ରାଗ ଉପରେ ମଧ୍ୟ ନିୟନ୍ତ୍ରଣ ରହିଥାଏ।
ଯଦି ଆପଣଙ୍କ ରାଶିରେ ଚନ୍ଦ୍ର ଦୁର୍ବଳ ରହିଥାନ୍ତି ତେବେ ଜ୍ୟୋତିଷଶାସ୍ତ୍ର ଅନୁସାରେ, ରୁପାର ମୁଦି ପିନ୍ଧିବା ଦ୍ୱାରା ଚନ୍ଦ୍ର ଦୋଷରେ କଟି ଯାଇଥାଏ। ଏହାଦ୍ୱାରା କଫ, ଥଣ୍ଡା ଓ ଶରୀରର ପୀଡ଼ା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।
ଦୋକାନରୁ ରୁପା ମୁଦି କିଣିବା ପରେ କୌଣସି ଏକ ଗୁରୁବାରରେ ଗୋଟିଏ ରାତି ପାଇଁ ଏହାକୁ ପାଣିରେ ପକାଇ ରଖନ୍ତୁ। ପରେ ଏହାକୁ ଆପଣ ନିଜ ଠାକୁର ଘରେ ରଖିବା ପରେ ନିଜ ଛୋଟ ଆଙ୍ଗୁଠୀରେ ପିନ୍ଧନ୍ତୁ। ଏପରି କରିବା ଦ୍ବାରା ଭାଗ୍ୟରେ ଉନ୍ନତି ହୋଇଥାଏ।
ଏହି ବାସନରେ ଖାଦ୍ୟ ଖାଇବା ଦ୍ୱାରା ଉଭୟ ଶାରୀରିକ ଓ ମାନସିକ ବିକାଶ ହୋଇଥାଏ।
– ରୁପାର ବାସନରେ ଖାଦ୍ୟ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ।
– ରୁପାର ଗ୍ଲାସରେ ପାଣି ପିଇବା ଦ୍ୱାରା ପିଲାଙ୍କ ଥଣ୍ଡା ଜନିତ ଓ ପିତ୍ତ ସମସ୍ୟା ମଧ୍ୟ ଦୂର ହୋଇଥାଏ। ରୁପାର ପାତ୍ରରେ ଯେକୌଣସି ପାନୀୟ ପିଇବା ଖୁବ ହିତକାରକ। ଏପରି କରିବା ଦ୍ୱାରା ପାନୀୟ ଦ୍ରବ୍ୟର – କୌଣସି କୁପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡ଼ିନଥାଏ।
– ଏହା ଏକ ପ୍ରକାର ଛଣା ଯନ୍ତ୍ର ଭଳି କାର୍ୟ୍ୟ କରିଥାଏ।
– ରୁପାର ବାସନରେ ଖାଦ୍ୟ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧି ପାଇଥାଏ।
– ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories