www.samajalive.in
Thursday, December 11, 2025
15.1 C
Bhubaneswar

ବୃଦ୍ଧଙ୍କ ଗଳିତ ମୃତଦେହ ଉଦ୍ଧାର

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡର ପରଜଙ୍ଗ ଥାନା ଅନ୍ତର୍ଗତ ବସୋଈ ଗ୍ରାମ ସନ୍ନିକଟ ଗ୍ରାମ୍ୟ ଜଙ୍ଗଲରୁ ସୋମବାର ପୁଲିସ ଜଣେ ନିଖୋଜ ବୃଦ୍ଧଙ୍କର ଗଳିତ ମୃତଦେହ ଉଦ୍ଧାର କରିଛି। ବୃଦ୍ଧ ଜଣକ ହେଲେ ସେହି ଥାନା ଅନ୍ତର୍ଗତ ମେଣ୍ଢାପଦା ଗ୍ରାମର କାଳନ୍ଦୀ ବିଶ୍ୱାଳ। କାଳନ୍ଦୀ ଗତ ପାଞ୍ଚ ଦିନ ତଳେ ପାରିବାରିକ କଳହ ଯୋଗୁଁ ଘର ଛାଡି ପଳାଇଥିଲେ। ପରିବାର ପକ୍ଷରୁ ବହୁ ଖୋଜାଖୋଜି କରିଥିଲେ ହେଁ କାଳନ୍ଦୀଙ୍କର କୌଣସି ଖବର ମିଳିପାରି ନଥିଲା। ସୋମବାର ବସୋଈ ଗ୍ରାମ ଲୋକେ ଜଙ୍ଗଲକୁ ଯାଇଥିବା ବେଳେ ଏକ ଗଳିତ ମୃତଦେହ ପଡିଥିବାର ଦେଖି ପୁଲିସକୁ ଖବର ଦେଇଥିଲେ। ଖବରପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ ପରେ କାଳନ୍ଦୀଙ୍କ ପରିବାର ଲୋକଙ୍କୁ ଡାକିଥିଲେ। ପରିବାର ଲୋକେ ଜଙ୍ଗଲରେ ପହଞ୍ଚି କାଳନ୍ଦୀଙ୍କ ମୃତଦେହ ଚିହ୍ନଟ କରିଥିଲେ। ପରେ ପୁଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। କାଳନ୍ଦୀଙ୍କ ମୃତଦେହ ପାଖରେ ଏକ ବିଷ ବୋତଲ ପଡିଥିବା ଦେଖି ପ୍ରାଥମିକ ସ୍ତରରେ କାଳନ୍ଦୀ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ବ୍ୟବଛେଦ ରିପୋର୍ଟ ଆସିଲେ ମୃତ୍ୟୁର ସତ୍ୟାସତ୍ୟ ଜଣାପଡିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories