www.samajalive.in
Monday, December 8, 2025
27.1 C
Bhubaneswar

ଭାରତ-ଚୀନ ଚେସ୍‍ ସମ୍ମିଳନୀ ଉଦ୍‍ଘାଟିତ

ଭୁବନେଶ୍ୱର : ଓଡ଼ିଶା ସରାକର, ସର୍ବଭାରତୀୟ ଚେସ୍‍ ସଂଘ, ନିଖିଳ ଓଡ଼ିଶା ଚେସ୍‍ ସଂଘ ଏବଂ କିଟ୍‍ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ତୃତୀୟ ଭାରତ-ଚୀନ ଚେସ୍‍ ସମ୍ମିଳନୀ କିଟ୍‍ ବିଶ୍ୱବିଦ୍ୟାଳୟ ଚେସ୍‍ କକ୍ଷରେ ଆରମ୍ଭ ହୋଇଛି। ଏଥିରେ ଭାରତର ୪ ଓ ଚୀନ୍‍ର ୪ ବିଶ୍ୱସ୍ତରୀୟ ଗ୍ରାଣ୍ଡମାଷ୍ଟର୍‍ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି। ଚୀନ୍‍ ପକ୍ଷରୁ ୨୬୩୫ ମାନ୍ୟତାପ୍ରାପ୍ତ ଲୁ ସାଙ୍ଗଲେଇ, ୨୫୮୬ ମାନ୍ୟତାପ୍ରାପ୍ତ ଜୁ ଜିଆଙ୍ଗ୍ୟ, ୨୫୫୬ ମାନ୍ୟତାପ୍ରାପ୍ତ ବାଇ ଜିନ୍‍ସୀ ଓ ୨୫୩୩ ମାନ୍ୟତାପ୍ରାପ୍ତ ଜୁ ୟିଙ୍ଗଲୁନ୍‍, ଭାରତ ପକ୍ଷରୁ ୨୬୦୫ ମାନ୍ୟତାପ୍ରାପ୍ତ ମୁରଲୀ କାର୍ତ୍ତିକେୟନ, ୨୫୬୫ ମାନ୍ୟତାପ୍ରାପ୍ତ ଶ୍ରୀନାଥ ନାରାୟଣନ, ୨୫୭୮ ମାନ୍ୟତାପ୍ରାପ୍ତ ଭି.ଆର ଅରବିନ୍ଦ ଚିଦାମ୍ବରମ ଏବଂ ୨୫୪୧ମାନ୍ୟତାପ୍ରାପ୍ତ ଆର୍ଯ୍ୟନ ଚୋପ୍ରା ରହିଛନ୍ତି। ଭାରତୀୟ ଦଳର ପ୍ରଶିକ୍ଷକ ଭାବେ ଓଡ଼ିଶାର ଅନ୍ତର୍ଜାତୀୟ ମାଷ୍ଟର ଶେଖର ଚନ୍ଦ୍ର ସାହୁ ଦାୟିତ୍ୱ ତୁଲାଉଛନ୍ତି। ଅନ୍ତର୍ଜାତୀୟ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ ପ୍ରତିଯୋଗିତାକୁ ପରିଚାଳନା କରୁଛନ୍ତି। ଉଦ୍‍ଘାଟନୀ ଉତ୍ସବରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ସଭାପତି ତଥା ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସନାତନ ପାଣି, କିଟ୍‍ ଓ କିସ୍‍ କ୍ରୀଡ଼ା ନିର୍ଦେଶକ ଡ.ଗଗନେନ୍ଦୁ ଦାଶ, ଅଲ୍‍ ଓଡ଼ିଶା ଚେସ୍‍ ଆସୋସିଏସନ ସଭାପତି ଆଇଏମ୍‍ ଶେଖର ଚନ୍ଦ୍ର ସାହୁ, ଉପସଭାପତି ରଞ୍ଜନ ମହାନ୍ତି, ସମ୍ପାଦକ କୃଷ୍ଣ କୁମାର ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ପ୍ରତିଯୋଗୀଙ୍କୁ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ତଥା ରାଜ୍ୟସଭା ସଦସ୍ୟ ପ୍ରଫେସର ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇଛନ୍ତି। ପୁରସ୍କାର ରାଶି ୧୦ ଲକ୍ଷ ଟଙ୍କା ରଖାଯାଇଛି। ୨୩ ତାରିଖରେ ପ୍ରତିଯୋଗିତା ଉଦ୍‍ଯାପିତ ହେବ। ୮ ରାଉଣ୍ଡ ବିଶିଷ୍ଟ ମ୍ୟାଚ ବୁଧବାରଠାରୁ ଆରମ୍ଭ ହେବ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories