www.samajalive.in
Wednesday, December 10, 2025
26.1 C
Bhubaneswar

ରାଷ୍ଟ୍ରପତି ଭବନରେ ପହଞ୍ଚିଲା କୋହିନୂର ହୀରା ଫେରସ୍ତ ଦାବି

ଭୁବନେଶ୍ବର: ରାଷ୍ଟ୍ରପତି ଭବନରେ ପହଞ୍ଚିଲା କୋହିନୂର ହୀରା ଫେରସ୍ତ ଦାବି। ରାଷ୍ଟ୍ରପତି ଭବନକୁ ଯାଇ ଦାବିପତ୍ର ପ୍ରଦାନ କଲେ ଜଗନ୍ନାଥ ସେନା ଆବାହକ। କୋହିନୂର ହୀରା ଜଗନ୍ନାଥଙ୍କର ଏବଂ ଏହାକୁ ରାଜା ରଞ୍ଜିତ ସିଂ ଦାନ କରିଥିଲେ। ମାମଲାରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରି ତୁରନ୍ତ ଫେରାଇ ଆଣିବାକୁ ଦାବି କରାଯାଇଛି।
କୋହିନୂର ହୀରାର ସଂପୂର୍ଣ୍ଣ ଇତିହାସ ଲେଖିଥିବା ପ୍ରସିଦ୍ଧ ବ୍ରିଟିଶ ଲେଖକ ୱିଲିୟମ ଡାରଲିମ୍ପଲ ନିଜ ପୁସ୍ତକ କୋହିନୂରରେ ଲେଖିଛନ୍ତି ଯେ କୋହିନୂର ୧୮୧୩ ଜୁନ ୧ରେ ମହାରାଜା ରଣଜିତ ସିଂଙ୍କ କବଜାକୁ ଆସିଥିଲା। ଆଫଗାନ ଶାସକ ଶାହା ସୁଜାଙ୍କଠାରୁ ସେ ବଳପୂର୍ବକ ଏହାକୁ ହାସଲ କରିଥିଲେ। ୧୮୧୩ ଠାରୁ ପରବର୍ତ୍ତୀ ୩୬ ବର୍ଷ ପର୍ୟ୍ୟନ୍ତ ଏହି ହୀରା ପାଲଟି ଥିଲା ଶିଖ ଆଧିପତ୍ୟର ପ୍ରତୀକ। ନିଜେ ମହାରାଜା ଏହାକୁ ବାହୁରେ ପିନ୍ଧୁଥିଲେ। ପରବର୍ତ୍ତୀ ସମୟରେ କୋହିନୂର ମହାରାଜାଙ୍କ ପୁତ୍ରମାନେ ରଖିପାରିନଥିଲେ। ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନି ହାତରେ ଶିଖ ସାମ୍ରାଜ୍ୟର ପତନ ହେବାପରେ କୋହିନୂର ହୀରାକୁ ବଳପୂର୍ବକ ହାସଲ କରିନେଲା କମ୍ପାନି । କମ୍ପାନି ତରଫରୁ ଏହି ହୀରାକୁ ବ୍ରିଟିଶ ମହାରାଣୀ ଭିକ୍ଟୋରିଆଙ୍କୁ ଉପହାର ଦିଆଯାଇଥିଲା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅର୍ପଣ ହେବାକୁ ଥିବା ଏହି ରତ୍ନ ବ୍ରିଟିଶ ମହାରାଣୀଙ୍କ ମୁକୁଟର ଶୋଭା ବର୍ଦ୍ଧନ କଲା । କିନ୍ତୁ ଏହି ହୀରାକୁ ନିଜେ ପଞ୍ଜାବର ମହାରାଜା ଦୁଲୀପ ସିଂ ରାଣୀଙ୍କୁ ଉପହାର ଦେଇଥିଲେ ବୋଲି ବ୍ରିଟିଶ ସରକାର ସଫେଇ ଦେଇଥିଲେ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories