www.samajalive.in
Wednesday, December 10, 2025
18.1 C
Bhubaneswar

ବାସି ଅବଢା​‌ ବିକ୍ରି ନିଷେଧ

ପୁରୀ : ଶ୍ରୀମନ୍ଦିର ଆନନ୍ଦ ବଜାରରେ ଖୋଲାଯିବ ଅଭିଯୋଗ ପ୍ରକୋଷ୍ଠ। ମନ୍ଦିର ପ୍ରଶାସନ, ପୁଲିସ ଏବଂ ସୁଆର ନିଯୋଗ ପ୍ରତିନିଧି ସେଠାରେ ରହିବେ। ଭକ୍ତଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଆସିବାମାତ୍ରେ ସଂପୃକ୍ତ ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆନନ୍ଦ ବଜାରରେ ଅଣସେବକଙ୍କ ଦ୍ୱାରା ମହାପ୍ରସାଦ ବିକ୍ରି ଏବଂ ହକର ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ କରାଯିବ। କୌଣସି ସୁଆର ମହାସୁଆର ନିର୍ଦ୍ଧାରିତ ଦରଠାରୁ ଅଧିକ ମୂଲ୍ୟରେ ଅବଢା ବିକ୍ରି କରିପାରିବେ ନାହିଁ। ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ବୈଠକରେ ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମହାପ୍ରସାଦ ଦର ନିର୍ଦ୍ଧାରଣ କରାଯାଇ ଖୁବ୍‍ଶୀଘ୍ର ଆନନ୍ଦ ବଜାରରେ ତାଲିକା ଲଗାଯିବ। ମନ୍ଦିର ପ୍ରଶାସନ ପକ୍ଷରୁ ଡାଲି, ଚାଉଳ, ପରିବା, କୁଡୁଆ ଏବଂ କାଠ ଦିଆଯାଇ ପରୀକ୍ଷା ମୂଳକ ଭାବେ ଅବଢା ପ୍ରସ୍ତୁତ କରାଯିବ। ଖର୍ଚ୍ଚ ଓ ଲାଭ ମିଶାଇ ଦରଧାର୍ଯ୍ୟ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ସୁଆର ମହାସୁଆର ନିଯୋଗ ପ୍ରଦାନ କରିଥିବା ଦର ତାଲିକାକୁ ପ୍ରଶାସନ ଅଗ୍ରାହ୍ୟ କରିଦେଇଛି। ତେବେ କେବେ ଦର ନିର୍ଦ୍ଧାରଣ କରାଯିବ ସେଥିନେଇ ସ୍ପଷ୍ଟଭାବେ କିଛି କୁହାଯାଇ ନାହିଁ। ଦରଧାର୍ଯ୍ୟ ପାଇଁ ମନ୍ଦିର ପ୍ରଶାସନ ଓ ସୁଆର ନିଯୋଗ କର୍ମକର୍ତ୍ତାଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ମହାପ୍ରସାଦର ମାନବୃଦ୍ଧି ପାଇଁ ସୁଆର ସେବକଙ୍କୁ ପ୍ରଶାସନ ପରାମର୍ଶ ଦେଇଛି। ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁଯାୟୀ ଆନନ୍ଦ ବଜାରରେ ବାସି ମହାପ୍ରସାଦ ବିକ୍ରି ହୋଇପାରିବ ନାହିଁ। ସୁଆର ମହାସୁଆର ସେବକଙ୍କୁ ପରିଚୟପତ୍ର ପ୍ରଦାନ କରାଯିବ। ଅନଧିକୃତ ବ୍ୟକ୍ତିଙ୍କୁ ଅବଢା ବିକ୍ରି ପାଇଁ ସୁଯୋଗ ଦିଆଯିବ ନାହିଁ। ସେହିପରି କିଛି ବ୍ୟକ୍ତିଙ୍କ ଦ୍ୱାରା ନିମ୍ନମାନର ଏବଂ ଅମୁଣିଆ ରାବିଡି ଓ ଖୁଆପେଡା ବ୍ରିକି ଅଭିଯୋଗକୁ ପ୍ରଶାସନ ଗୁରୁତର ଭାବେ ଗ୍ରହଣ କରିଛି। କାର୍ତ୍ତିକ ମାସରେ ଲକ୍ଷାଧିକ ଭକ୍ତ ମହାପ୍ରସାଦ ଉପରେ ନିର୍ଭର କରୁଥିବାରୁ ନୀତି ସବ୍‍କମିଟି ବୈଠକରେ ନିର୍ଦ୍ଧାରିତ ସମୟ ଅନୁଯାୟୀ ଭୋଗମଣ୍ଡପ ସମ୍ପନ୍ନ କରାଯିବାକୁ ଆଲୋଚନା ହୋଇଛି। ଭକ୍ତଙ୍କୁ ଉଚିତ ଦରରେ ଉନ୍ନତମାନର ମହାପ୍ରସାଦ ନିର୍ଦ୍ଧାରିତ ସମୟରେ ଯୋଗାଇବାକୁ ପ୍ରଶାସନ ପରାମର୍ଶ ଦେଇଛି। ରଥଯାତ୍ରା ସମୟର ପାଳିଆ ପୁରସ୍କାର ବଣ୍ଟନ ଆରମ୍ଭ ହୋଇଥିବା ବୈଠକରେ ସୂଚନା ଦିଆଯାଇଛି। ଜିଲାପାଳ ଜ୍ୟୋତି ପ୍ରକାଶ ଦାସ, ଆରକ୍ଷୀ ଅଧୀକ୍ଷକ ଡାକ୍ତର ସାର୍ଥକ କୁମାର ଷଡ଼ଙ୍ଗୀ, ପ୍ରଶାସକ (ନୀତି) ପ୍ରଦୀପ କୁମାର ଦାଶ, ପରିଚାଳନା କମିଟି ସଭ୍ୟ ଅନନ୍ତ ତିଆଡି, ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ସାମନ୍ତରା, ବୈଦ୍ୟନାଥ ମହାସୁଆର, କାଳିଆ ପଢିଆରୀ ଏବଂ ଧୁନା ଦୀକ୍ଷିତ ବୈଠକରେ ଉପସ୍ଥିତ ଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories