www.samajalive.in
Wednesday, December 10, 2025
16.1 C
Bhubaneswar

୧୯୯୩ ମସିହାରେ ରକ୍ଷକ ସାଜିଥିଲେ ଭକ୍ଷକ! ଆଖଣ୍ଡଳମଣିଙ୍କ ରତ୍ନଭଣ୍ଡାର ଘରୁ ୧କିଲୋରୁ ଊର୍ଦ୍ଧ୍ୱ ସୁନା ହଡପ ମାମଲକୁ ୨୬ବର୍ଷ ବିତିଲା

ଆରଡି – ବାବା ଆଖଣ୍ଡଳମଣିଙ୍କ ମନ୍ଦିର ରତ୍ନଭଣ୍ଡାର ଘରୁ ୧୯୯୩ ମସିହାରେ ହଡପ ହୋଇଥିବା ୧କିଲୋ ୧୩୦ଗ୍ରାମ ଓଜନର ସ୍ୱର୍ଣ୍ଣାଳଙ୍କାର ମାମଲାର ୨୬ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଚାର ପ୍ରକ୍ରିୟାରେ ଅଟକି ରହିଛି । କେବେ ମଣିବାବାଙ୍କ ରତ୍ନଭଣ୍ଡାରକୁ ଫେରିବ ହଡପ ହୋଇଥିବା ସ୍ୱର୍ଣ୍ଣାଳଙ୍କାର ତାହା କେବଳ ମଣିବାବାଙ୍କୁ ହିଁ ଜଣା ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ଦୀର୍ଘ ୧୦ବର୍ଷ ପରେ ପୁଣି ଉଠିଛି ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଖମଣିଙ୍କ ରତ୍ନଭଣ୍ଡାର ଘରୁ ସୁନା ଚୋରି ମାମଲାର ଝଡ । ଏହି ସୁନା ହଡପ ମାମଲା (ଜି .ଆର .କେଶ ନଂ ୧୩୭/୯୬)ର ବିଚାର ପ୍ରକ୍ରିୟା ଗତ ଗୁରୁବାର ଭଦ୍ରକ ସିଜିଏମଙ୍କ କୋର୍ଟରେ କରାଯାଇଥିଲା ଏହି ବିଚାର ସମୟରେ ୨ଜଣ ମୁଖ୍ୟ ଅଭିଯୁକ୍ତ ତତ୍‌ ଳିନ ଦେବୋତ୍ତର ବିଭାଗର ଡିଆଇ ଗୋବିନ୍ଦ ସାହୁ ଓ ମନ୍ଦିର କାର୍ଯ୍ୟନିବାର୍ହି ଅଧିକାରୀ ଉମାଚରଣ ପଟ୍ଟନାୟକ ଶାରୀରିକ ଅସୁସ୍ଥତା ଦର୍ଶାଇ ଅନୁପସ୍ଥିତ ରହିଥିବା ବେଳେ ଅନ୍ୟ ୨ ଅଭିଯୁକ୍ତ ଗୋପିନାଥ ପାଢୀ ଓ ଗିରୀଶ ଚନ୍ଦ୍ର ପାଢୀ ହାଜର ହୋଇଥିଲେ ।

ଏହି ସୁନା ହଡପ ମାମଲାର ଗତ ୧୦ ବର୍ଷ ତଳେ ଅର୍ଥାତ ୨୦୨୨ମସିହା ଅଗଷ୍ଟମାସରେ ଭଦ୍ରକ ସିଜିଏମଙ୍କ କୋର୍ଟରେ ବିଚାର କରାଯିବା ସହ ଉକ୍ତ ଘଟଣାର ସାକ୍ଷୀ ଥିବା ୨୨ଜଣଙ୍କୁ ସମନ ଜାରି କରାଯାଇଥିଲା । ହେଲେ ଏହି ଘଟଣାର ଏତଲାକାରୀ ତଥା ତତ୍‌କାଳୀନ କାର୍ଯ୍ୟନିବାର୍ହୀ ଅଧିକାରୀ ଉମାଚରଣ ପଟନାୟଙ୍କ ଠାରୁ ବୟାନ ରେକର୍ଡ ସମୟରେ ମାନ୍ୟବର କୋର୍ଟ ଜାଣିବାକୁ ପାଇଥିଲେକି ପୁଲିସ ସାକ୍ଷୀ କରିଥିବା ଉମାଚରଣ ପଟନାୟକଙ୍କ ସହ ଟ୍ରଷ୍ଟବୋର୍ଡ ସଭ୍ୟ ଗୋପିନାଥ ପାଢୀ ଓ ଗିରିୀଶ ଚନ୍ଦ୍ର ପାଢୀ ମନ୍ଦିର ନିୟମକୁ ଉଲଂଘନ କରି ରତ୍ନଭଣ୍ଡାର ଘର ଖୋଲି କିଲୋକିଲୋ ସ୍ୱର୍ଣ୍ଣାଳଙ୍କାର ଅନ୍ୟ ଏକ ସ୍ଥାନକୁ ନେଇ ତରାଜୁରେ ଓଜନ କରିବା ସହ ୧କିଲୋ ୧୩୦ଗ୍ରାମ ସୁନା ହଡପ କରିଥିବା ଅଭିଯୋଗ ହୋଇଥିଲା । ପରେ ସ୍ୱର୍ଣ୍ଣାଳଙ୍କାରକୁ ସମାନ ଦର୍ଶାଇବା ପାଇଁ ସୁନା ଭଳି ଦିଶୁଥିବା ୧୬ଗୋଟି ପିତଳ ମୁଣ୍ଡା ମିଶାଇଯାଇଥିଲା । ଏତଲାକାରୀଙ୍କ ଏପରି ବୟାନକୁ ଭିତିକରି ମାନ୍ୟବର ସିଜିଏମ କୋର୍ଟ ଦାୟିତ୍ୱରେ ଥିବା ପୁଲିସର ତଦନ୍ତ ପ୍ରକ୍ରିୟାକୁ ଭର୍ତ୍ସନା କରିବା ସହ ଏତଲାକାରୀ ଶ୍ରୀ ପଟନାୟକଙ୍କ ସହ ଗୋପିନାଥ ପାଢୀ ଓ ଗିରିଷଚନ୍ଦ୍ର ପାଢୀଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ସାବ୍ୟସ୍ଥ୍ୟ କରିଥିଲେ । ଏପରିକି ସମସ୍ତ ଦୋଷୀ ୧୦ଦିନ ମଧ୍ୟରେ କୋର୍ଟରେ ହାଜର ହେବା ପାଇଁ କୋର୍ଟ ନିର୍ଦେଶ ଦେଇଥିଲେ । ହେଲେ ମାନ୍ୟବର କୋର୍ଟଙ୍କ ଆଦେଶକୁ ଅମାନ୍ୟ କରି ଦୋଷୀଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ଶ୍ରୀ ପଟନାୟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାରୁ ମାମଲା ଦୀର୍ଘ ୧୦ବର୍ଷ ହେବ ଉଚ୍ଚନାୟଳୟରେ ବିଚାର ପ୍ରକ୍ରିୟା ଚାଲିଥିଲା । ଏବେ ପୁଣି ଭଦ୍ରକ ସିଜିଏମଙ୍କ କୋର୍ଟରେ ବିଚାର ଆରମ୍ଭ ହୋଇଥିଲେ ମଧ୍ୟ ଅଭିଯୁକ୍ତ ମାନେ ହାଜର ନହେବା ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରିକି ଉକ୍ତ ମାମଲାରେ ଥିବା ୨୨ଜଣଙ୍କ ସାକ୍ଷୀଙ୍କ ମଧ୍ୟରୁ ୩ଜଣ ସାକ୍ଷୀ ଭାଷ୍କରଚନ୍ଦ୍ର ପାଢୀ, ଦୟାନିଧି ରାୟ ଓ ପ୍ରଦୀପ ପାଢୀଙ୍କର ମୃତ୍ୟୁ ଘଟିଲାଣି, ଏପରିସ୍ଥଳେ ଉକ୍ତ ମାମଲା ବିଳମ୍ବ ହେବାରୁ ମଣିବାବାଙ୍କ ରତ୍ନଭଣ୍ଡାରରୁ ହଡପ ହୋଇଥିବା ସ୍ୱର୍ଣ୍ଣାଳଙ୍କାର ଫେରିବା ନେଇ ଅନିଶ୍ଚିତତା ଦେଖାଦେଇଛି । ଏଥିସହ ତତ୍‌କାଳୀନ ବିଚାରପତି କହିଥିଲେ କି ୧୯୯୩ ମସିହାରେ ଥିବା ଟ୍ରଷ୍ଟବୋର୍ଡର ସଭ୍ୟ ରକ୍ଷକ ବଦଳରେ ସାଜିଥିଲେ ଭକ୍ଷକ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories