www.samajalive.in
Monday, December 8, 2025
27.1 C
Bhubaneswar

୮୬ ବର୍ଷ ତଳର ପ୍ରଥମ ବିମାନଉଡ଼ାଣ

ଆଜିକାଲି ମଧ୍ୟବିତ୍ତ ବର୍ଗର ବ୍ୟକ୍ତି ମଧ୍ୟ ବିମାନରେ ଯାତ୍ରା କରିବାର ସୌଭାଗ୍ୟ ପାଇପାରୁଛନ୍ତି। କିଛି ବର୍ଷ ତଳେ କିନ୍ତୁ କେବଳ ସମ୍ଭ୍ରାନ୍ତ ଓ ଧନିକ ବର୍ଗର ଲୋକ ହିଁ ବିମାନରେ ଯାତ୍ରା କରୁଥିଲେ। ବିମାନ ଟିକଟ୍ ଭଡ଼ା ଖୁବ୍ ମହଙ୍ଗା ଥିବା କାରଣରୁ ଅନ୍ୟ ବର୍ଗର ଲୋକେ ଏଥିରେ ଯାତ୍ରା କରିବା ସହଜ ନଥିଲା। ଭାରତରେ ପ୍ରଥମଥର ‘ଏୟାର ଇଣ୍ଡିଆ’ ବିମାନ ୧୯୩୨ ଅକ୍ଟୋବର ୧୬ରେ କରାଚିରୁ ମୁମ୍ବଇ ପର୍ଯ୍ୟନ୍ତ ବିମାନ ଉଡ଼ାଣ ଭରିଥିଲା। ଏହା ଭାରତ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଥିଲା। ଏଥିରେ ସଫଳ ହେବା ପରେ ଏୟାର ଇଣ୍ଡିଆର ମାଲିକ ଟାଟା ଗ୍ରୁପ୍ ସେହି ବର୍ଷ ହିଁ ବମ୍ବେରୁ ତ୍ରିଭେନ୍ଦ୍ରମ୍ ପର୍ଯ୍ୟନ୍ତ ବିମାନ ସେବା ଆରମ୍ଭ କଲେ। ୧୯୪୬ ଜୁଲାଇ ୨୯ବେଳକୁ ଟାଟା ଗ୍ରୁପ୍‌ର ଏହି ବିମାନ ସେବାର ନାମକରଣ ‘ଏୟାର ଇଣ୍ଡିଆ’ ହେଲା ଓ ମୁଖ୍ୟ କାର୍ଯ୍ୟାଳୟ ବମ୍ବେରେ ସ୍ଥାପିତ ହୋଇଥିଲା। ୧୯୪୮ବେଳକୁ ଏୟାର ଇଣ୍ଡିଆ ବିଦେଶୀ ରାଇଜ ଇଉରୋପକୁ ବିମାନ ସେବା ଆରମ୍ଭ କରିବାର ନିଷ୍ପତ୍ତି ନେଇ କାର୍ଯ୍ୟକାରୀ କଲା। ୧୯୪୭ରେ ୧ ଗ୍ରାମ୍ ସୁନାର ମୂଲ୍ୟଠାରୁ ବମ୍ବେରୁ ଦିଲ୍ଲୀ ପର୍ଯ୍ୟନ୍ତ ବିମାନ ଟିକଟ୍ ଭଡ଼ା ଅଧିକ ଥିଲା। ମିଳିଥିବା ତଥ୍ୟ ଅନୁସାରେ, ବିମାନ ଟିକଟ୍ ଭଡ଼ା ୧୪୦ ଟଙ୍କା ଥିଲାବେଳେ ୧ ଗ୍ରାମ୍ ସୁନାର ମୂଲ୍ୟ ୮୮ ଟଙ୍କା ୬୨ ପଇସା ଥିଲା।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories