www.samajalive.in
Monday, December 8, 2025
24.1 C
Bhubaneswar

ହୋଟେଲରେ ମହିଳାଙ୍କୁ ପିସ୍ତଲ ଧରି ଧମକାଇଲେ ପୂର୍ବତନ ସାଂସଦଙ୍କ ପୁଅ

ନୂଆଦିଲ୍ଳୀ: ପୂର୍ବତନ ବିଏସ୍‍ପି ସାଂସଦଙ୍କ ପୁଅ ଏକ ପଞ୍ଚତାରକା ହୋଟେଲ୍‍ରେ ପିସ୍ତଲ ଦେଖାଇ ଜଣେ ମହିଳାଙ୍କୁ ଧମକାଇବା ଅଭିଯୋଗ ଆସିଛି। ମୋବାଇଲ୍‍ ଫୋନ୍‍ରେ ଉତ୍ତୋଳିତ କରାଯାଇଥିବା ୧୦ ସେକେଣ୍ଡର ଦୃଶ୍ୟରେ ଆଶିଷ ପାଣ୍ଡେ ନାମକ ଏହି ଯୁବକ ଜଣକ ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲ୍‍ରେ ହାତରେ ବନ୍ଧୁକ ଧରି ଜଣେ ମହିଳାଙ୍କ ସହିତ ପାଟିତୁଣ୍ଡ କରୁଥିବା ଓ ଧମକାଉଥିବା ଦେଖାଯାଉଛି। ଆଶିଷ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟକୁ ଯିବାକୁ ଉଦ୍ୟମ କରୁଥିଲେ। ମହିଳା ଜଣକ ବାରଣ କରିବାକୁ ଆଶିଷ ଏଭଳି କାଣ୍ଡ ଭିଆଇ ଥିଲେ। ଆଶିଷଙ୍କ ମହିଳା ବନ୍ଧୁ ଓ ହୋଟେଲର ସୁରକ୍ଷାକର୍ମୀମାନେ ତାଙ୍କୁ ସେଥିରୁ ନିବୃତ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଆଶିଷ ଶାନ୍ତ ନହେବାରୁ ହୋଟେଲ କର୍ମଚାରୀମାନେ ତାଙ୍କୁ ହୋଟେଲ୍‍ରୁ ବାହାର କରିଦେଇଥିଲେ।
ଗତ ୧୪ ତାରିଖରେ ଘଟିଥିବା ଏହି ଘଟଣାର ଭିଡିଓ ଚିତ୍ର ସୋସିଆଲ୍‍ ମିଡିଆରେ ଭାଇରାଲ୍‍ ହେବା ପରେ ସେ ବିବାଦୀୟ ହୋଇପଡ଼ିଛନ୍ତି। ଅଭିଯୋଗ ଆଧାରରେ ଦିଲ୍ଲୀ ପୁଲିସ ଆଶିଷଙ୍କୁ ଗିରଫ କରିବା ସହିତ ଆର୍ମ ଆକ୍ଟରେ ମାମଲା ରୁଜୁ କରିଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories