www.samajalive.in
Monday, December 8, 2025
13.1 C
Bhubaneswar

ବିନିକାରେ କୋଶଳ ମହାବନ୍ଦକୁ ବିଭିନ୍ନ ସଂଗଠନ ପକ୍ଷରୁ ବିପୁଳ ସମର୍ଥନ

ବିନିକା : ସ୍ଵତନ୍ତ୍ର କୋଶଳ ପ୍ରଦେଶ ଗଠନ ନେଇ କୋଶଳ ସେନା ଓ କୋଶଳ ରାଏଜ୍ ମୁକ୍ତି ମୋର୍ଚ୍ଚା ପକ୍ଷରୁ ବୁଧବାର ଦିଆଯାଇଥିବା କୋଶଳାଞ୍ଚଳରେ ମହାବନ୍ଦ ଡାକରାକୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ବିପୁଳ ଜନ ସମର୍ଥନ ମିଳିଛି। ଏହି ୧୨ ଘଣ୍ଟିଆ ମହାବନ୍ଦକୁ ସବୁଠି ବିପୁଳ ସମର୍ଥନ ମିଳିଥିବା ନେଇ ସାଧାରଣରେ ଆନ୍ଦୋଳନକାରୀ ମହଲରେ ଉଷ୍ମତା ପ୍ରକାଶ ପାଇଛି। ଫଳରେ ଏପରି ସ୍ଥିତିରେ ଲୋକେ ସ୍ଵତଃସ୍ଫୂର୍ତ୍ତ ସମର୍ଥନ କରି ରାଜରାସ୍ତାକୁ ଓହ୍ଲାଇ ଆସି ସ୍ଵତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ସହରର ବିଭିନ୍ନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ଆଜିର ୧୨ ଘଣ୍ଟିଆ କୋଶଳ ମହାବନ୍ଦ ଆନ୍ଦୋଳନ ଯୋଗୁଁ ଅଞ୍ଚଳରେ ଏକ ପ୍ରକାର ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିବା ବେଳେ କେବଳ ଅତ୍ୟାବଶ୍ୟକ ସେବାକୁ ବାଦ ଦେଲେ ସହର ସ୍ଥିତ ଅନ୍ୟ ସମସ୍ତ ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ସ୍ଵତନ୍ତ୍ର କୋଶଳ ରାଜ୍ୟ ଦାବିରେ ସମସ୍ତେ ଦଳମତ ନିର୍ବିଶେଷରେ ଏକଜୁଟ ହୋଇ ସ୍ୱର ଉତ୍ତୋଳନ କରିଥିବା ବେଳେ ଏହି ପରିପ୍ରେକ୍ଷୀରେ ସହର ସ୍ଥିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରତିଷ୍ଠିତ ସମସ୍ତ ସରକାରୀ ଅଫିସ, ସମୂହ ବ୍ୟାଙ୍କ, କୋର୍ଟ କଚେରୀ ଏବଂ ଅନ୍ୟ ସମସ୍ତ ସାମାଜିକ ଅନୁଷ୍ଠାନ ଓ ବେସରକାରୀ କାର୍ଯ୍ୟାଳୟଗୁଡ଼ିକ କୋଶଳ ରାଜ୍ୟ ଦାବିରେ ଆନ୍ଦୋଳନକାରୀଙ୍କ ଦ୍ବାରା ପିକେଟିଂ ଯୋଗୁଁ ସମ୍ପୂର୍ଣ୍ଣ ବନ୍ଦ ହୋଇଥିବା ବେଳେ ସହର ଦେଇ ଯାଇଥିବା ରାଜପଥରେ ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିଥିବାରୁ ସିଦ୍ଧାର୍ଥ କଲେଜ ଛକ, ମହାନଦୀ ବ୍ରିଜ ଛକ ଏବଂ ସହରର ଉଭୟ ପାର୍ଶ୍ବ ମୁଖ୍ୟ ରାସ୍ତାରେ ବିଭିନ୍ନ ସ୍ଥାନକୁ ଯିବାକୁ ଥିବା ଶତାଧିକ ଯାନବାହନ ଅଟକି ରହିଥିଲା।

ତେବେ ଆଜିର ୧୨ ଘଣ୍ଟିଆ କୋଶଳ ଆନ୍ଦୋଳନରେ ସିଦ୍ଧାର୍ଥ କଲେଜ ଛକରେ କୋଶଳ ସେନା ଓ କୋଶଳ ରାଏଜ ମୁକ୍ତି ମୋର୍ଚ୍ଚା କମିଟି ତରଫରୁ ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ସ୍ଥାନୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତ ସମ୍ମୁଖ ଫାଟକ ଆଗରେ ଓକିଲ ସଂଘର ପ୍ରମୁଖ କର୍ମକର୍ତ୍ତା ଏହି ଆନ୍ଦୋଳନକୁ ସମର୍ଥନ କରି କୋର୍ଟ ବର୍ଜନ କରିବାରୁ ଅଦାଲତ କାର୍ୟ୍ୟ ପରିଚାଳନାରେ ପ୍ରତିବନ୍ଧକ ସମସ୍ୟା ସୃଷ୍ଟି ହେବାରୁ ତାଙ୍କ ମହକିଲମାନେ ନିରାଶରେ ଫେରି ଯାଇଥିଲେ। ତେବେ ବିନିକା ସହର ସମେତ ବ୍ଲକ ଗ୍ରାମାଞ୍ଚଳରେ ମଧ୍ୟ ସ୍ଵତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଏହି ମହାବନ୍ଦ ପ୍ରତି ବିପୁଳ ସମର୍ଥନ ଜଣାଇ ବିକ୍ଷୋଭ ପ୍ରଦର୍ଶନ କରିଥିବା ସୂଚନା ମିଳିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories