www.samajalive.in
Wednesday, December 10, 2025
26.1 C
Bhubaneswar

ଦୁଃଖ ବି ଆସେ ଏମିତି; ଭିକ୍ଷା ବୃତ୍ତି ପାଇଁ ଯାଇଥିଲେ ସ୍ୱାମୀ, ଆଖି ବୁଜିଦେଲା ସ୍ତ୍ରୀ

ସଇଁନ୍ତଲା: ଗରିବ ପରିବାର ଉପରେ ଦୁଃଖର କଳାବାଦଳ । ଜଣେ ଭିନ୍ନକ୍ଷମ ସ୍ୱାମୀ ଭିକ୍ଷା ବୃତ୍ତି ପାଇଁ ଯାଇଥିବା ବେଳେ ସ୍ତ୍ରୀ ସବୁଦିନ ପାଇଁ ଆଖି ବୁଜିଦେଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ସଇଁନ୍ତଲା ବ୍ଲକ ଗଣ୍ଡପତ୍ରାପାଲି ପଞ୍ଚାୟତର ଫଫସି ବଜାର ନିକଟରେ ଘଟିଯାଇଛି । ସୂଚନା ଅନୁସାରେ, ଗତ ୧୫ ବର୍ଷ ହେଲା ସ୍ୱାମୀ-ସ୍ତ୍ରୀ ସ୍ଥାନୀୟ ଅଞ୍ଚଳରେ ଭିକ୍ଷା ବୃତ୍ତି କରି ଚଳୁଥିଲେ । ସ୍ୱାମୀଙ୍କର ଚାଲିବାକୁ ସକ୍ଷମ ନଥିଲେ । ତିନି ଚକିଆ ଭିନ୍ନକ୍ଷମ ସାଇକେଲରେ ଗାଁରୁ ଗାଁକୁ ଯାଇ ଭିକ ମାଗୁଥିଲେ । ସ୍ତ୍ରୀଙ୍କ ଦେହ ଖରାପ ଥିବାରୁ ସ୍ୱାମୀ ଏକୁଟିଆ ଭିକ ମାଗିବାକୁ ବାହାରିଥିଲେ ।

ରବିବର ସ୍ୱାମୀ ଆସି ନଥିବା ବେଳେ ସ୍ତ୍ରୀ ଅଚେତ ଅବସ୍ଥାରେ ପଡିଥିଲେ । ସ୍ଥାନୀୟ ଲୋକେ ଏନେଇ ସରପଞ୍ଚ ମନୀଷ ସୁନାଙ୍କୁ ଖବର ଦେଇଥିଲେ । ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା । ଆମ୍ବୁଲାନ୍ସ ନଆସିବାରୁ ସରପଞ୍ଚ ନିଜ ଗାଡିରେ ମହିଳାଙ୍କୁ ସଇଁନ୍ତଲା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଚିକିତ୍ସାର କିଛି ସମୟ ପରେ ମହିଳାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମହିଳାଙ୍କ ଶବକୁ ଆଣି ସରପଞ୍ଚ ଓ ସ୍ଥାନୀୟ ଲୋକେ ସତ୍କାର କରିଥିବା ଜଣାପଡିଛି । ତେବେ ଉଭୟଙ୍କ ପରିଚୟ ଜଣାପଡି ନାହିଁ ।  ସୋମବାର ଭିକ୍ଷା ମାଗିଯାଇଥିବା ସ୍ୱାମୀ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିବା ଜାଣିବାକୁ ପାଇଛନ୍ତି ।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories