www.samajalive.in
Monday, December 8, 2025
14.1 C
Bhubaneswar

ଏଲଆଇସି ବାଙ୍କୀ ଶାଖା କାର୍ଯ୍ୟାଳୟରେ କାର୍ଯ୍ୟରତ ଏଜେଣ୍ଟଙ୍କ ଧାରଣା

ବାଙ୍କୀ: ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି) ଶାଖା କାର୍ଯ୍ୟାଳୟ ଅଧିନରେ କାର୍ଯ୍ୟ କରୁଥିବା ସମସ୍ତ ଏଜେଣ୍ଟ ସୋମବାର ପ୍ରାୟ ୨୩ଗୋଟି ଦାବୀ ନେଇ ସମସ୍ତ ଦେଶରେ ଏକଦିବସୀୟ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲା ଭାରତୀୟ ଜୀବନ ବୀମାର ଏଜେଣ୍ଟ ୟୁନିଅନର ଉପସଭାପତି ସରୋଜ ସାମନ୍ତରାୟ, କାର୍ଯ୍ୟକାରୀ କମିଟି ସଦସ୍ୟ ଦିଲ୍ଲିପ ଦାସ ଓ ପ୍ରଶାନ୍ତ ମହାନ୍ତିଙ୍କ ନେତୃତ୍ୱରେ ବାଙ୍କୀ ଶାଖା କାର୍ଯ୍ୟାଳୟରେ ଏଜେଣ୍ଟମାନେ ଧାରଣାରେ ବସିଛନ୍ତି। ସଂଘ ପକ୍ଷରୁ ଏକ ଦାବୀପତ୍ର ବାଙ୍କୀ ଶାଖା ପରିଚାଳକ, ଖୋର୍ଦ୍ଧା ଶାଖା ପରିଚାଳକ ଓ ଡିସି ଜେନେରାଲ ମ୍ୟାନେଜର ଭୁବନେଶ୍ୱରଙ୍କୁ ଅନୁରୂପ ପ୍ରଦାନ କରାଯାଇଛି।

ସୂଚନା ଅନୁଯାୟୀ, ବୀମାଧାରୀଙ୍କ ଜମାଟଙ୍କାର ବୋନସ ବୃଦ୍ଧି, ପଲିସି ଧାରୀଙ୍କ ଋଣ ଓ ଆର୍ଥିକ ସଞ୍ଚାଳନରେ ସୁଧହାର କମ କରିବା, ପଲିସିଧାରୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ ସହ ସେବା ଯୋଗାଇବା, ୫ବର୍ଷରୁ ଊର୍ଦ୍ଧ୍ବ ଅଚଳ ପଲିସିକୁ ସଚଳ କରିବାକୁ ଅନୁମତି ଦେବା, ପଲିସିଧାରୀଙ୍କ ଅଣଦେୟ ଜମାରାଶିକୁ ଅନ୍ୟତ୍ର ନଦେବା, ଏକକ ପଲିସିଧାରୀଙ୍କୁ ବାରମ୍ବାର କେୱାଇସି ନମାଗିବା, ବୀମା ପଲିସିରେ ଜିଏସଟି ନନେବା, ସମସ୍ତ ଏଜେଣ୍ଟମାନଙ୍କ ପାଇଁ ମେଡିକ୍ଲେମ ସୁବିଧା କରାଇବା, ଟର୍ମ ଇନ୍ସୁରାନ୍ସର ସୁବିଧା, ପ୍ରୋଭିଡେଣ୍ଟ ଫଣ୍ଡ ବୃଦ୍ଧି, ୱେଲଫେୟାର ଫଣ୍ଡ ଓ ଏଜେଣ୍ଟମାନଙ୍କ ପେନସନ ଫଣ୍ଡ ବୃଦ୍ଧି କରିବା, ୫ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଥିବା ଏଜେଣ୍ଟମାନଙ୍କର ରେସପେକ୍ଟିଭ୍‍ କ୍ଲବର ମାନ୍ୟତା ଦେବା ପାଇଁ ଧାରଣାରେ ବସିଥିବା ଏଜେଣ୍ଟମାନେ ଦାବୀ କରିଛନ୍ତି। ବରିଷ୍ଠ ଏଜେଣ୍ଟ ଜଳଧର ମନ୍ତ୍ରୀ, ସତ୍ୟନାରାୟଣ ମିଶ୍ର, ଜୟନ୍ତ ମହାପାତ୍ର, ଦଣ୍ଡଧର ମନ୍ତ୍ରୀ, ସମୀର ବେହେରା, ତ୍ରିବିକ୍ରମ ପାଢ଼ୀ, ବିଭୂତି ବେହେରା, ଗୁରୁବାରୀ ରାଉତ, ମଦନ ବେହେରା, ପ୍ରସନ୍ନ ନାୟକ, ସୁଶାନ୍ତ ପ୍ରଧାନ, ମାୟାଧର ନାୟକ, ପବିତ୍ର କର, ପ୍ରମୋଦ ରାଉତ ପ୍ରମୁଖ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଛନ୍ତି। ପ୍ରଭାବରେ ବାଙ୍କୀ ଶାଖା କାର୍ଯ୍ୟାଳୟରେ ଆଜି ନେଣ ଦେଣ ବନ୍ଦ ରହିବା ସହିତ ଗ୍ରାହକ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories