www.samajalive.in
Monday, December 8, 2025
13.1 C
Bhubaneswar

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ଉତ୍ତରପ୍ରଦେଶରେ ଭୟାବହ ଅଗ୍ନିକାଣ୍ଡ… ଜୀବନ୍ତ ଜଳିଗଲେ ୨ ଜଣ… ହଜରତଗଞ୍ଜ ଅଞ୍ଚଳର ଏକ ହୋଟେଲରେ ଲାଗିଲା ନିଆଁ… ୨୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ… ଘଟଣାସ୍ଥଳରେ ନିୟୋଜିତ ରହିଛି ୬ଟି ଆମ୍ବୁଲାନ୍ସ ଓ ୧୫ଟି ନିଆଁଲିଭା ଗାଡ଼ି …

(୨) ମଧ୍ୟପ୍ରଦେଶରୁ ଆସିଲା ମମତାମୟୀ ମା’ର ଛାତିଥରା ଦୃଶ୍ୟ… ବାଘ ପଞ୍ଝାରୁ ଟାଣିଆଣିଲା ନିଜ ଛୁଆର ଜୀବନ… ନୂଆ ଜୀବନ ପାଇଲା ୧୫ ମାସର ଶିଶୁ…. ଘରର ପଛପଟ ବୁଦାମୂଳରେ ଲୁଚିରହିଥିଲା ମହାବଳ… ମଧ୍ୟପ୍ରଦେଶର ଉମରିଆ ଜିଲ୍ଳାର ଘଟଣା…

- Advertisement -

(୩) ଗଙ୍ଗାନଦୀରେ ବଡ଼ ଧରଣର ଅଘଟଣ… ଡଙ୍ଗା ବୁଡ଼ି ୧୦ଜଣ ନିଖୋଜ… ଶାହାପୁର ଥାନା ଦାନପୁର ନିକଟରେ ବୁଡ଼ିଲା ଡଙ୍ଗା… ନିଖୋଜ ଯାତ୍ରୀଙ୍କୁ ଖୋଜାଖୋଜି ଜାରି… ଡଙ୍ଗାରେ ଥିଲେ ୫୦ରୁ ୫୫ଜଣ ଯାତ୍ରୀ…

(୪) ରାଜ୍ୟରେ ଆଜି ବି ୨ଶହ ତଳେ କରୋନା ଦୈନିକ ମାମାଲା… ଚିହ୍ନଟ ହେଲେ ଆଉ ୧୭୯ ଆକ୍ରାନ୍ତ… ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୩୦ ପଜିଟିଭ୍‌….ରାଜ୍ୟରେ ମୋଟ୍‌ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୧,୭୨୩… ସେପଟେ ଦେଶରେ ବି ଖସୁଛି ସଂକ୍ରମଣ… ଗୋଟିଏ ଦିନରେ ଚିହ୍ନଟ ହେଲେ ୫,୯୧୦ ସଂକ୍ରମିତ…

(୫)  ୨୦୨୪ ନିର୍ବାଚନ ପାଇଁ ସଜବାଜ ହେଉଛି ବିଜେପି… ଆଜିଠୁ ରାଜ୍ୟ ବିଜେପିର ୨ ଦିନିଆ ପ୍ରଶିକ୍ଷଣ ଶିବିର… ଯୋଗଦେବେ ନୂଆ ପ୍ରଭାରୀ ସୁନିଲ ବଂଶଲ ଓ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ  ବି.ଏଲ ସନ୍ତୋଷ… ପ୍ରଶିକ୍ଷଣ ଶିବିର ପାଇଁ ଉତ୍ସବମୁଖର ରହିଛି ରାଜ୍ୟ ବିଜେପି କାର୍ଯ୍ୟାଳୟ…

(୬)  ଆଜି ସୋରେନ ସରକାରଙ୍କ ଅଗ୍ନିପରୀକ୍ଷା… ଝାଡ଼ଖଣ୍ଡ ବିଧାନସଭାରେ ପଡ଼ିବ ଆସ୍ଥା ଭୋଟ୍…  ଡକାଯାଇଛି ସ୍ୱତନ୍ତ୍ର ଅଧିବେଶନ… ରାୟପୁରରୁ ରାଞ୍ଚିରେ ପହଞ୍ଚି ସାରିଛନ୍ତି ୟୁପିଏର ସମସ୍ତ ବିଧାୟକ…. ଝାଡ଼ଖଣ୍ଡ ରାଜନୀତି ଉପରେ ରହିଛି ସାରା ଦେଶର ନଜର…

(୭) କିଏ ପିନ୍ଧିବେ ବ୍ରିଟେନ ପ୍ରଧାନମନ୍ତ୍ରୀ ମୁକୁଟ… ଆଜି ଅପରାହ୍ଣରେ ଆସିବ ଫଳାଫଳ… ଦୁଇ ପ୍ରତିଦ୍ୱନ୍ଦୀ ରିଶି ସୁନକ ଓ ଲିଜ୍‌ ଟ୍ରୁସଙ୍କ ମଧ୍ୟରେ ହୋଇଛି କଡ଼ା ଟକ୍କର….  ସର୍ଭେରେ ରିଶିଙ୍କ ଠାରୁ ଆଗରେ ଅଛନ୍ତି ଲିଜ୍‌ ଟ୍ରୁସ…

(୮) ଆଜିଠୁ ରାଜ୍ୟରେ ବଢିବ ବର୍ଷା… ଆଗାମୀ ୨୪ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା… ୪ରୁ ୫ଦିନ ଯାଏଁ କିଛି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷିବ…. ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

Hot this week

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

Related Articles

Popular Categories