www.samajalive.in
Friday, December 12, 2025
19.1 C
Bhubaneswar

ଖସୋଗି ଅନ୍ତର୍ଦ୍ଧାନ ମାମଲା : ତଦନ୍ତ କରିବା ପାଇଁ ବ୍ରିଟେନ୍‍, ଫ୍ରାନ୍ସ ଓ ଜର୍ମାନୀ ଦାବି

ଲଣ୍ଡନ : ସାଉଦି ଆରବର ନିଖୋଜ ସାମ୍ବାଦିକ ଜମାଲ ଖସୋଗିଙ୍କ ଅନ୍ତର୍ଦ୍ଧାନ ସଂକ୍ରାନ୍ତରେ ତଦନ୍ତ କରିବା ପାଇଁ ବ୍ରିଟେନ୍‍, ଫ୍ରାନ୍ସ ଓ ଜର୍ମାନୀ ଦାବି କରିଛନ୍ତି। ବ୍ରିଟେନ୍‍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ ବ୍ରିଟେନ୍‍ ବୈଦେଶିକ ମନ୍ତ୍ରୀ ଜେରେମି ହଣ୍ଟ, ଫ୍ରାନ୍ସର ବୈଦେଶିକ ମନ୍ତ୍ରୀ ଜିଆନ୍‍-ୟଭସ୍‍-ଲି ଡ୍ରିଆନ୍‍ ଏବଂ ଜର୍ମାନୀ ବୈଦେଶିକ ମନ୍ତ୍ରୀ ହେଇକୋ ମାସ୍‍ ଏହା କହିଛନ୍ତି।
ସାଉଦି ଆରବର ସାମ୍ବାଦିକ ଜମାଲଙ୍କ ଅନ୍ତର୍ଦ୍ଧାନ ପଛରେ ଯାହାର ହାତ ରହିଛି ସେ ରହସ୍ୟ ଉନ୍ମୋଚନ କରିବାକୁ ଏହି ତିନି ଦେଶ ପକ୍ଷରୁ ଦାବି କରାଯାଇଛି। ୱାଶିଂଟନ୍‍ ପୋଷ୍ଟ ସମ୍ବାଦପତ୍ରରେ କାମ କରୁଥିବା ଜମାଲ ଖସୋଗି ନିଜର ବିବାହ ପାଇଁ ସରକାରୀ କାଗଜପତ୍ର ଆଣିବା ଲାଗି ଅକ୍ଟୋବର ଦୁଇ ତାରିଖ ଦିନ ଇସ୍ତାନବୁଲ୍‍ ସ୍ଥିତ ସାଉଦି ଦୂତାବାସକୁ ଯିବା ପରେ ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ସାଉଦିଆରବର ଦୂତାବାସ ଭିତରେ ଖସୋଗିଙ୍କୁ ହତ୍ୟା କରାଯାଇଥାଇଛି ବୋଲି ତୁର୍କିର ଅଧିକାରୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ସାଉଦିଆରବ ପକ୍ଷରୁ ଚେତାବନୀ ଦିଆଯାଇ କୁହାଯାଇଛି ଯେ, ଯଦି ଖସୋଗିଙ୍କ ନିଖୋଜ ଘଟଣାକୁ ନେଇ ସେହି ଦେଶ ଉପରେ କଟକଣା ଜାରି କରାଯାଏ ତା’ହେଲେ ତାର ଦୃଢ ଜବାବ ଦିଆଯିବ।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories