www.samajalive.in
Friday, December 12, 2025
19.1 C
Bhubaneswar

ମୃତ ଆତଙ୍କବାଦୀଙ୍କ ଉଦ୍ଦେଶ୍ୟରେ ନମାଜ-ଏ-ଜନାଜାକୁ ଓୱେସୀ ଏବଂ ମେହବୁବାଙ୍କ ସମର୍ଥନ

ନୂଆଦିଲ୍ଲୀ : ଆଲିଗଡ଼ ମୁସଲିମ୍‍ ବିଶ୍ୱବିଦ୍ୟାଳୟ (ଏଏମୟୁ) ପ୍ରଶାସନ ପକ୍ଷରୁ ଦୁଇ କାଶ୍ମୀର ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ସୋମବାର କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡ଼ିପି ଅଧ୍ୟକ୍ଷା ମେହୁବବା ମୁଫ୍‍ତି ଏବଂ ହାଇଦରାବାଦ ସାଂସଦ ତଥା ଅଲ ଇଣ୍ଡିଆ ମଜଲିସ୍‍-ଇତେହାଦୁଲ ମୁସଲିମ୍‍ (ଏଆଇଏମ୍‍ଆଇଏ) ମୁଖ୍ୟ ଆସାଦୁଦ୍ଦିନ ଓୱେସୀ ବିରୋଧ କରିଛନ୍ତି। ଏହାସହ ମୃତ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ମନନ ବାସିର ୱାନି ଉଦ୍ଦେଶ୍ୟରେ ଆଲିଗଡ଼ ମୁସଲିମ୍‍ ବିଶ୍ୱବିଦ୍ୟାଳୟ (ଏଏମୟୁ)ରେ କିଛି କାଶ୍ମୀର ଛାତ୍ରଙ୍କ ନମାଜ-ଏ-ଜନାଜା ପାଠ (ସ୍ମୃତି ସଭା)କୁ ମେହୁବବା ଏବଂ ଓୱେସୀ ସମର୍ଥନ ଜଣାଇଛନ୍ତି। କେନ୍ଦ୍ର ସରକାର ହସ୍ତକ୍ଷେପ କରି ଏହାର ସମାଧାନ କରିବାକୁ ସେମାନେ ଦାବି କରିଛନ୍ତି। ମେହବୁବା ଟ୍ୱିଟ୍‍ କରିଛନ୍ତି ଯେ ଏଏମ୍‍ୟୁ ଛାତ୍ରଙ୍କୁ ନିଜ ସାଙ୍ଗକୁ ମନେ ପକାଇବାର ପୂର୍ଣ୍ଣ ଅଧିକାର ରହିଛି। ଛାତ୍ରଙ୍କ ସ୍ୱର ଚାପିଦେବାର ପରିଣାମ ଭଲ ହେବ ନାହିଁ। ଛାତ୍ରଙ୍କ ଉପରୁ ମାମଲା ପ୍ରତ୍ୟାହାର କରାଯାଉ। ଏଏମ୍‍ୟୁ ପ୍ରଶାସନ ଛାତ୍ରଙ୍କ ନିଲମ୍ବନ ଆଦେଶକୁ ଫେରାଇ ନେଉ। ନିଜ ସାଙ୍ଗକୁ ମନେ ପକାଇବା ପାଇଁ କାଶ୍ମୀର ଛାତ୍ରଙ୍କୁ ଦଣ୍ଡ ଦିଆଯିବା ଠିକ୍‍ ହୋଇନାହିଁ।
ସେହିପରି ଓୱେସୀ କହିଛନ୍ତି ଯେ ପାଠ ଅଧାରୁ ଛାଡ଼ି କାଶ୍ମୀର ଛାତ୍ର ଘରକୁ ଫେରିଯିବାକୁ ଚାହିଁବା ଦୁର୍ଭାଗ୍ୟଜନକ। ଏହି ପ୍ରସଙ୍ଗକୁ ଗୁରୁତର ସହ ନେଇ କେନ୍ଦ୍ର ସରକାର ଏହାର ସମାଧାନ କରନ୍ତୁ। ଏଏମ୍‍ୟୁରେ ସୃଷ୍ଟି ବିବାଦକୁ କେନ୍ଦ୍ର ମାନବ ସମ୍ବଳ ରାଷ୍ଟ୍ର ମନ୍ତ୍ରୀ ସତ୍ୟପାଳ ସିଂହ ମଧ୍ୟ ଦୁର୍ଭାଗ୍ୟପୂର୍ଣ୍ଣ କହିଛନ୍ତି। ଏଏମ୍‍ୟୁ ଭଳି ଅନୁଷ୍ଠାନରେ ପାଠ ପଢିବା ପରେ ବି ଛାତ୍ର ଆତଙ୍କବାଦୀ ସଂଗଠନରେ ଯୋଗଦେବା ଭଳି ଘଟଣା ଶିକ୍ଷାନୁଷ୍ଠାନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି।
ପ୍ରକାଶଯୋଗ୍ୟ ଯେ ଭାରତୀୟ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ମୃତ ଆତଙ୍କବାଦୀ ମନନ ବାସିର ୱାନି ପାଇଁ ସ୍ମୃତି ସଭା ଆୟୋଜନ କରିବା ଅଭିଯୋଗରେ ଦୁଇ କାଶ୍ମୀର ଛାତ୍ରଙ୍କୁ ଏଏମ୍‍ୟୁ ପ୍ରଶାସନ ନିଲମ୍ବିତ କରିଥିବା ବେଳେ ସେମାନଙ୍କ ବିରୋଧରେ ଦେଶ ଦ୍ରୋହ ମାମଲା ରୁଜୁ ହୋଇଛି। ଏହି କାର୍ଯ୍ୟାନୁଷ୍ଠାନକୁ ଅନ୍ୟ କାଶ୍ମୀର ଛାତ୍ର ବିରୋଧ କରିବା ସହ ରଦ୍ଦ କରିବାକୁ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଅକ୍ଟୋବର ୧୭, ଏଏମ୍‍ୟୁ ପ୍ରତିଷ୍ଠାତା ସାର ସୟଦ ଅହମ୍ମଦ ଖାଁଙ୍କ ଜୟନ୍ତୀ ଦିନ ୧୨୦୦ କାଶ୍ମୀର ଛାତ୍ର ସମୂହ ନିଜ ଡିଗ୍ରୀ ଫେରାଇ ଘରକୁ ଫେରିଯିବେ ବୋଲି ଧମକ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଗୁରୁବାର ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟରେ ଏଏମୟୁର ପୂର୍ବତନ ପିଏଚ୍‍ଡ଼ି ଛାତ୍ର ତଥା ଆତଙ୍କବାଦୀ ମନନ ୱାନି ପ୍ରାଣ ହରାଇଥିଲା। ମନନ ଗତ ଜାନୁଆରୀରେ ହଜିବୁଲ ମୁଜାହିଦ୍ଦିନରେ ଯୋଗ ଦେଇଥିଲେ। ପରେ ତାଙ୍କୁ ବିଶ୍ୱବିଦ୍ୟାଳୟରୁ ବିତାଡିତ କରାଯାଇଥିଲା।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories