www.samajalive.in
Monday, December 8, 2025
24.1 C
Bhubaneswar

୧୨ଦିନରୁ ଊର୍ଦ୍ଧ୍ବ ଗାନ୍ଧୀ ଛକ ଅନ୍ଧାର

ଜି ଉଦୟଗିରି : ସ୍ଥାନୀୟ ଗାନ୍ଧୀ ଛକ ଆଜିକୁ ୧୨ ଦିନରୁ ଊର୍ଦ୍ଧ୍ବ ହେବ ଅନ୍ଧାରରେ ଅଛି । ଏ ସମ୍ପର୍କରେ ପରିଷଦରେ ଅଭିଯୋଗ ହୋଇଥିଲେ ମଧ୍ୟ ୧୨ଦିନରୁ ଅଧିକ ହେବ ଅନ୍ଧାରରେ ଅଛି।

ବିବରଣୀରୁ ପ୍ରକାଶ ଯେ, ଗାନ୍ଧୀ ଛକରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତିର ନବୀକରଣ ପାଇଁ ପୁରୁଣା ଲୁହାବାଡ଼କୁ ହଟାଇବା ଦିନଠାରୁ ଆଜି ପର୍ଯ୍ୟନ୍ତ ମୁଖ୍ୟ ଗାନ୍ଧୀ ଛକ ଅନ୍ଧାରରେ ଥିବା ବେଳେ ଗତ ସ୍ୱାୟତ୍ତ ଶାସନ ଦିବସରେ ପରିଷଦର ବିକାଶ ପାଇଁ ଜନସାଧାରଣଙ୍କୁ ଠିକ୍ ସମୟରେ ଦେୟ ପୈଠ କରି ସହଯୋଗର ହାତ ବଢ଼ାଇବାକୁ ଅଧ୍ୟକ୍ଷା ନିବେଦନ କରିଥିଲେ। କିନ୍ତୁ ଅତ୍ୟନ୍ତ ଦୁଃଖର ବିଷୟ ନିଜେ ନିଜକୁ ଶାସନ କରିବା ଅଥବା କ୍ଷମତାର ବିକେନ୍ଦ୍ରୀକରଣ କଥାର କାର୍ଯ୍ୟକାରୀତା ସ୍ପଷ୍ଟ ବାରି ହୋଇ ପଡ଼ୁଛି।

- Advertisement -

ପ୍ରକାଶ ଥାଉକି, ଭଞ୍ଜ ମାର୍କେଟ କମ୍ପ୍ଲେକ୍ସଠାରେ ଥିବା ଆଞ୍ଚଳିକ ସୂଚନା ଫଳକ ଆଚରଣ ବିଧି ଉଲ୍ଲଙ୍ଘନରୁ ମୁକୁଳି ପାରିନାହିଁ। ଫଳରେ ସୂଚନା ପାଇବାରୁ ଜନସାଧାରଣ ବଞ୍ଚିତ ହେଉଛନ୍ତି। ପରିଷଦ କେବେ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି କେବେ ସମାଧାନ କରୁଛି ଦେଖିବାକୁ ବାକି ରହିଲା।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories