www.samajalive.in
Wednesday, December 10, 2025
18.1 C
Bhubaneswar

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ମାଁ ସମଲେଶ୍ୱରୀଙ୍କ ନିକଟରେ ଲାଗିହେଲା ନବାନ୍ନ… ରୀତିନୀତି ଅନୁଯାୟୀ ପାଳନ ହେଲା ନୂଆଁଖାଇ ପର୍ବ… ନବାନ୍ନ ଲାଗି ପରେ ନୂଆଁଖାଇଲେ ପଶ୍ଚିମ ଓଡ଼ିଶାବାସୀ… ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ସାରା ପଶ୍ଚିମ ଓଡ଼ିଶା… ସହରଠୁ ଗାଁ ସବୁଠି ଖୁସିର ବାତାବରଣ…

(୨) ଆଜି ଚାଷୀଙ୍କୁ ମିଳିବ ‘କାଳିଆ’ ଟଙ୍କା… ନୂଆଁଖାଇ ଅବସରରେ ୪୧ ଲକ୍ଷ ହିତାଧିକାରୀଙ୍କ ବ୍ୟାଙ୍କଖାତାକୁ ଟଙ୍କା ପଠାଇବେ ରାଜ୍ୟ ସରକାର… ଏଥର ଅଷ୍ଟମ କିସ୍ତିରେ ପ୍ରତି ଚାଷୀଙ୍କୁ ମିଳିବ ୨ ହଜାର ଲେଖାଏଁ ଟଙ୍କା … ଏଥିଲାଗି ରାଜକୋଷରୁ ସରକାର ବ୍ୟୟ କରି​‌ବେ ମୋଟ୍ ୮୬୯ କୋଟି… ଉପକୃତ ହେବେ​‌ ୪୧ ଲକ୍ଷ ଚାଷୀ…

- Advertisement -

(୩) ରାଜ୍ୟରେ ୨ଶହ ତଳକୁ ଖସିଲା କରୋନା ଦୈନିକ ସଂକ୍ରମଣ… ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୭ ପଜିଟିଭ୍‌… ଜନ୍ମରୁ ୧୮ ବର୍ଷ ମଧ୍ୟରେ ୨୮ଜଣ ଆକ୍ରାନ୍ତ ଥିବା ସୂଚନା… ଗୋଟିଏ ଦିନରେ କରୋନାରୁ ସୁସ୍ଥ ହେଲେ ୩୪୦ଜଣ… ରାଜ୍ୟରେ ମୋଟ୍‌ ସକ୍ରିୟ କରୋନା ମାମଲା ରହିଛି ୧୮୦୦…

(୪) ଦେଶରେ କମୁଛି କରୋନା… ସଂକ୍ରମଣ ତୁଳନାରେ ବଢ଼ୁଛି ସୁସ୍ଥତା ହାର… ଚିହ୍ନଟ ହେଲେ ଆଉ ୭,୯୪୬ ପଜିଟିଭ୍‌… ଗୋଟିଏ ଦିନରେ ସୁସ୍ଥ ହେଲେ ଆଉ ୯,୮୨୮ ସଂକ୍ରମିତ…  ବର୍ତ୍ତମାନ ଦେଶରେ ମୋଟ୍‌ ସକ୍ରିୟ ମାମଲା ୬୨,୭୪୮ ରହିଛି…

(୫) ଆମେରିକାରେ ପୁଣି ଫୁଟିଲା ଗୁଳି… ଦୁଇଟି ପୃଥକ ପୃଥକ ସ୍ଥାନରେ ଗୁଳିକାଣ୍ଡ; ଜଣେ ମୃତ, ୨ଗୁରୁତର… ମେମ୍‌ଫିସରେ ଗୁଳିକାଣ୍ଡରେ ଜଣେ ପୁଲିସ ଅଧିକାରୀ ନିହତ… ଘଟଣାରେ ୩ ସନ୍ଦିଗ୍ଧ ଅଟକ, ଜଣେ ଫେରାର, ସେପଟେ ଓ୍ୱାଶିଂଟନରେ ଏକ ଘରୋଇ ସ୍କୁଲ ବାହାରେ ଫୁଟିଲା ଗୁଳି… ୨ ଛାତ୍ର ଗୁରୁତର, ଘଟଣାରେ ଜଣେ ସହପାଠୀକୁ ଅଟକ ରଖିଛି ପୁଲିସ…

(୬) ପାକିସ୍ତାନରେ ଏବେ ବି ଦୁଃଖ ଦେଉଛି ବନ୍ୟା… ପାଣି ଘେରରେ ଲୋକେ… ବନ୍ୟା ଯୋଗୁଁ ଗଲାଣି ୧୩ଶହ ଜୀବନ… ଖାଦ୍ୟ ଓ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ… ଭାଙ୍ଗିଛି ଅଧିକାଂଶ ଲୋକଙ୍କ ଘର… ରାଜରାସ୍ତାରେ କଟୁଛି ଜୀବନ..

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories