www.samajalive.in
Monday, December 8, 2025
24.1 C
Bhubaneswar

ପୁଣି ଚର୍ଚ୍ଚାରେ ମମତା; କହିଲେ, ରାଜନୀତି ଭାରି ଅଳିଆ

କୋଲକାତା: ପୁଣି ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିକଟରେ  ମମତା ଆରଏସଏସକୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି । ଜାତୀୟ ଗଣମାଧ୍ୟମର ତଥ୍ୟ ଅନୁଯାୟୀ, ମମତା କହିଛନ୍ତି ମୁଁ ଭାବୁନାହିଁ ଯେ ଆରଏସଏସ ଏତେ ଖରାପ । ବର୍ତ୍ତମାନ ସଂଗଠନରେ କିଛି ଲୋକ ଅଛନ୍ତି ଯେଉଁମାନେ ବିଜେପି ଭଳି ଚିନ୍ତା କରନ୍ତି ନାହିଁ ।

ପରୋକ୍ଷରେ ମମତା ବିଜେପିକୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି । ସେ କହିଛନ୍ତି ତୃଣମୂଳ କଂଗ୍ରେସର ଭାବମୂର୍ତ୍ତିକୁ ଖରାପ କରିବାକୁ ପ୍ରୟାସ କରାଯାଉଛି । ଯାହାକି ଆଦୌ ଠିକ୍‌ ନୁହେଁ । ଏମିତି କଲେ କହାକୁ ବି ଛଡ଼ାଯିବ ନାହିଁ ।  ଏହା ବ୍ୟତୀତ ମମତା ଆହୁରି ମଧ୍ୟ କହିଛନ୍ତି କି, ମୁଁ ସମାଜର ସେବା ପାଇଁ ରାଜନୀତିକୁ ପ୍ରବେଶ କରିଥିଲି । ହେଲେ ଯଦି ମୁଁ ଜାଣିଥାଆନ୍ତି ରାଜନୀତି ଏତେ ମଇଳା ତେବେ ପ୍ରବେଶ କରିନଥାଆନ୍ତି ।

- Advertisement -

ରାଜନୀତିରେ ବହୁତ ମିଥ୍ୟା, ବହୁତ ନିନ୍ଦା ରହିଛି ବୋଲି କହିଛନ୍ତି ମମତା । ସେ ଆହୁରି କହିଛନ୍ତି କି, କୌଣସି ସଂସ୍ଥାର ସମନ କେବଳ ପ୍ରତିଶୋଧର ରାଜନୀତି ନୁହେଁ । ଏହା କେବଳ ହିଁ ହିଂସା । ତାହାଛଡ଼ା ଗୋରୁ ଓ କୋଇଲା ଚୋରା ଚାଲାଣ ପ୍ରସଙ୍ଗ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏବଂ କେନ୍ଦ୍ର ସରକାରଙ୍କ ଦାୟିତ୍ୱ ବୋଲି ମମତା କହିଛନ୍ତି ।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories