ଜୋରରେ ବାଇକ୍ ଚଳାଇବା ଯୋଗୁଁ ଚାଳକଙ୍କର ଶୋଚନୀୟ ମୃତ୍ୟୁ
ପାଟଣା – କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ଚେମଣା ଜଙ୍ଗଲ ନିକଟରେ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଜୋରରେ ବାଇକ୍ ଚଳାଇବା ମୃତ୍ୟୁର କାରଣ । ଏହି ବାଇକ୍ ଦ୍ରୁତ ଗତିରେ ଡିଭାଇଡରରେ ପିଟି ହେବାରୁ ସେହି ସ୍ଥାନରେ ଚାଳକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ମୃତ ଯୁବକ ଜଣଙ୍କ କେନ୍ଦୁଝର ନିକଟସ୍ଥ ଶଙ୍କରପୁର ଗ୍ରାମ ବାଲିସାହି ର ତ୍ରିଲୋଚନ ମହାନ୍ତ ପୁଅ ସଞ୍ଜୟ କୁମାର ମହାନ୍ତ (୨୨) ବୋଲି ଜଣାପଡିଛି। ବାଇକ ଟି ତୁରୁମୁଙ୍ଗା ରୁ କେନ୍ଦୁଝର ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ତୁରୁମୁଙ୍ଗା ପୁଲିସ ଘଟଣା ର ତଦନ୍ତ କରୁଛି। ତେବେ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିବା ବେଳେ ଉଭୟ ପାର୍ଶ୍ୱ ଯାନବାହନ ମଧ୍ୟ ଅଟକି ରହିଥିଲା।
ଦ୍ରୁତ୍ ଗତିରେ ବାଇକ୍ ଚଳାଉଥିବା ବେଳେ ଡିଭାଇଡର୍ରେ ସଂଜୟ ପିଟି ହୋଇଥିଲେ । ସେ ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ହୋଇଯାଇଥିଲେ । ସ୍ଥାନୀୟ ଲୋକ ତାଙ୍କୁ ଡାକ୍ତରଖାନା ନେଇଥିଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
Comments are closed.