www.samajalive.in
Tuesday, December 9, 2025
17.1 C
Bhubaneswar

ଆହ୍ଲାବାଦର ନାମ ଖୁବ ଶୀଘ୍ର ପ୍ରୟାଗରାଜ ହେବ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ମୌ . – ଆହ୍ଲାବାଦର ନାମ ଖୁବ ଶୀଘ୍ର ପ୍ରୟାଗ ରାଜ ହେବ ବୋଲି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି । କୁମ୍ଭ ମେଳାର ପ୍ରସ୍ତୁତି  ବୈଠକ ପରେ ଯୋଗୀ ଆଦିତ୍ୟନାଥ ଏହି ସୂଚନା ଦେଇଛନ୍ତି । ଏ ସମ୍ପର୍କରେ  ସରକାର ଖୁବ ଶୀଘ୍ର ନିଷ୍ପତ୍ତି ନେବେ  ବୋଲି ସେ କହିଛନ୍ତି । ଉତ୍ତର ପ୍ରଦଶର ରାଜ୍ୟପାଳ ରାମ ନାଏକ ଏବିଷୟରେ ନିଜର ସହମତି ଜଣାଇଛନ୍ତି ।

କିଛି ଦିନ ତଳେ ମୋଗଲସରାଇ ସହର ଓ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରାଯାଇ ଦୀନ ଦୟାଲ ଉପାଧ୍ୟାୟଙ୍କ ନାମରେ ନାମିତ କରାଯାଇଥିଲା ।

- Advertisement -

ଆସନ୍ତା ବର୍ଷ  ପ୍ରସିଦ୍ଧ କୁମ୍ଭମେଳା ଅନୁଷ୍ଠିତ ହେବ । ଏଥିପାଇଁ ବିଭିନ୍ନ ଆଖଡା ପରିଷଦ ପକ୍ଷରୁ ଆହ୍ଲାବାଦକୁ ପ୍ରୟାଗରାଜ ନାମରେ ନାମିତ କରିବା ପାଇଁ ପ୍ରସ୍ତାବ ଆସିଛି । ଆହ୍ଲାବାଦ ଜିଲାର ନାମ ପରିବର୍ତ୍ତନ ପାଇଁ  ଉତ୍ତର ପ୍ରଦେଶର ରାଜ୍ୟପାଳ ସମ୍ମତି ପ୍ରଦାନ କରିଛନ୍ତି ।

ଆସନ୍ତା ବୈଠକରେ କ୍ୟାବିନେଟ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେବାରେ ନାମ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହେବ । କୁମ୍ଭମେଳା ପାଇଁ ଡିସେମ୍ବର ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରାଯିବ ବୋଲି ଯୋଗୀ ଆଦିତ୍ୟନାଥ ସୂଚନା ଦେଇଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories