www.samajalive.in
Monday, December 8, 2025
24.1 C
Bhubaneswar

ବାଲି ଟ୍ରାକ୍ଟର ଉପରେ ରାଜସ୍ୱ ବିଭାଗର ଜୁଲୁମ୍‌କୁ ନେଇ ବଢୁଛି ଅସନ୍ତୋଷ

ହରଭଙ୍ଗା: ହରଭଙ୍ଗା ତହସିଲ ଅଞ୍ଚଳରେ ବୁଧବାର ସକାଳେ ବାଲି ବୋଝେଇ ଟ୍ରାକ୍ଟର ଏବଂ ବାଲି ବୋଝେଇ ହାଇୱା ଉପରେ ଚଢଉ ପାଇଁ ରାଜସ୍ୱ ବିଭାଗର ଗାଡି ବିଭିନ୍ନ ଅଂଚଳରେ ପଇଁନ୍ତରା ମାରୁଥିବା ନଜରକୁ ଆସିଥିଲା । ତହସିଲ ପକ୍ଷରୁ ତିନୋଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିଥିବା ବେଳେ ସେମାନଙ୍କ ଉପରେ ୫୦ ହଜାର ଟଙ୍କାର ଜୋରିମାନା ବୋଝକୁ ନେଇ ସମ୍ପୃକ୍ତ ଟ୍ରାକ୍ଟର ମାଲ୍ଲିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ରାଜସ୍ୱ ବିଭାଗର ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ଟ୍ରାକ୍ଟର ମାଲ୍ଲିକଙ୍କ ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି ।

ସୂଚନା ଥାଉ କି ଚଳିତ ମହାନଦୀ ବନ୍ୟା  ପ୍ରଭାବରେ ହରଭଙ୍ଗା ଅଂଚଳରେ ବ୍ୟାପକ ଧାନଫସଲ ସାଙ୍ଗକୁ ଘରଦ୍ୱାରା ,ରାସ୍ତାଘାଟ ନଷ୍ଟ ହୋଇ କ୍ଷୟକ୍ଷତି ଘଟିଛି । ବନ୍ୟା ପ୍ରଭାବରେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଥିବା ବେଳେ ଲଗାଣବର୍ଷା ଯୋଗୁଁ ଟ୍ରାକ୍ଟର ବ୍ୟବସାୟୀଙ୍କ ବ୍ୟବସାୟ ଠପ୍‌ ହୋଇଯାଇଛି । ଏଭଳି ଏକ ସମ୍ବେଦନଶୀଳ ସମୟରେ ବାଲି ବୋଝେଇ ଟ୍ରାକ୍ଟର ଉପରେ ରାଜସ୍ୱ ବିଭାଗର ମୋଟାଅଙ୍କର ଜୋରିମାନା ସେମାନଙ୍କ କଟା ଘାଆରେ ଚୂନ ସଦୃଶ ହୋଇଛି ।

- Advertisement -

ମହାନଦୀର ବିଭିନ୍ନ ଲିଜଧାରୀ ଘାଟରୁ ବାଲି ଉତ୍ତୋଳନ ବନ୍ଦ ଥିବାବେଳେ ସରକାରଙ୍କ ୫ଟି ସ୍କୁଲ, ପ୍ରଧାନମନ୍ତ୍ରୀ ଆବାସ ଘର ଭଳି ଅନ୍ୟାନ୍ୟ ସରକାରୀ କାର୍ଯ୍ୟ ପାଇଁ ବାଲି ପରିବହନ କରୁଥିବା ବେଳେ ଟ୍ରାକ୍ଟର ମାଲ୍ଲିକଙ୍କ ଉପରେ ପ୍ରଶାସନର ଜୁଲୁମ୍‌କୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ଜିଲ୍ଲାପାଳ ଏ ଦିଗରେ ବିଚାରବିମର୍ଶ କରିବା ସହିତ କ୍ଷେତ୍ର ଅନୁଧ୍ୟାନ କରି ସତ୍ୟତା ଜାଣିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି ହେଉଛି । ଏ ସର୍ମ୍ପକରେ ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ରଙ୍କୁ ପଚାରିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ଚଢଉ କରାଯାଇଥିଲା । ୫୦ହଜାର ଟଙ୍କା ଜୋରିମାନା ବିଷୟରେ ପଚାରିବାରୁ ଏହା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଛି ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories