www.samajalive.in
Monday, December 8, 2025
24.1 C
Bhubaneswar

ଶିକ୍ଷକ ନିଯୁକ୍ତି ଦାବିରେ ତ୍ରିବଣପୁର ପ୍ରାଥମିକ ବିଦ୍ୟାଳୟରେ ତାଲା

ରେଢ଼ାଖୋଲ: କେନ୍ଦ୍ର ଓ ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷାଦାନ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ଏପରିକି ଶିକ୍ଷା ବ୍ୟବସ୍ଥାକୁ ଅଧିକ ମଜଭୁତ କରିବା ପାଇଁ ରାଜ୍ୟ ସରକାର ୫ଟି ବିଦ୍ୟାଳୟରେ ରୂପାନ୍ତରିତ କରି କୋଟି କୋଟି ଟଙ୍କା ବିନିଯୋଗ କରୁଛନ୍ତି। କିନ୍ତୁ ଅନେକ ସ୍ଥାନରେ ଆବଶ୍ୟକ ଶିକ୍ଷକ ନଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇ ଅଚଳାବସ୍ଥା ସୃଷ୍ଟି ହେଉଥିବା ଦେଖାଯାଉଛି। ଏଭଳି ଏକ ଘଟଣାର ପୁରନାବୃତ୍ତି ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ତ୍ରିବଣପୁର ପ୍ରାଥମିକ ବିଦ୍ୟାଳୟରେ।

ସୂଚନା ମତେ, ବ୍ଲକର ବହୁ ପୁରାତନ ତ୍ରିବଣପୁର ପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ପଞ୍ଚମ ଶ୍ରେଣୀରେ ୮୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ସଂପ୍ରତି ମାତ୍ର ଦୁଇଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ଦୁଇଜଣଙ୍କ ମଧ୍ୟରୁ ଜଣେ ସ୍ଥାୟୀ ଶିକ୍ଷକ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଡେପୁଟେସନରେ ଆସିଥିବା ଶିକ୍ଷକଙ୍କ ଦ୍ୱାରା ବିଦ୍ୟାଳୟଟି ଚାଲୁଛି। ବିଦ୍ୟାଳୟରେ ୫ଟି ଶ୍ରେଣୀକୁ ୪ଜଣ ଶିକ୍ଷକ ଆବଶ୍ୟକତା ଥିବା ବେଳେ ମାତ୍ର ୨ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ଦୁଇ ଜଣଙ୍କ ମଧ୍ୟରୁ ଜଣେ ଶିକ୍ଷକ ମଧ୍ୟାହ୍ନ ଭୋଜନ ଏବଂ ବିଭିନ୍ନ ସରକାରୀ କାର୍ଯ୍ୟରେ ନ୍ୟସ୍ତ ରହୁଥିବା ବେଳେ ମାତ୍ର ଜଣେ ଶିକ୍ଷକ କେବଳ ଛାତ୍ରଛାତ୍ରୀମାନଙ୍କୁ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଜଗିବା ବ୍ୟତୀତ ଶିକ୍ଷାଦାନ କରିପାରୁ ନାହାନ୍ତି। ଫଳରେ ଶିକ୍ଷାଦାନ କ୍ଷେତ୍ରରେ ବହୁ ଅସୁବିଧା ସୃଷ୍ଟି ହେଉଛି। ଏହି ସମସ୍ୟା ନେଇ ଗ୍ରାମାବାସୀ, ଅବିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ଗତ ଜୁନ ୩ ତାରିଖରେ ଆବ୍ୟଶକ ଶିକ୍ଷକ ଯୋଗାଇ ଦେବା ପାଇଁ ଉପଖଣ୍ଡ ପ୍ରଶାସନ ନିକଟରେ ଦାବୀ କରିଥିଲେ। ହେଲେ ଏ ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନନେବାରୁ ଜୁଲାଇ ୧୧ ତାରିଖ ଦିନ ପରିଚାଳନା କମିଟି ପକ୍ଷରୁ ପୁଣି ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ୭ ଦିନ ମଧ୍ୟରେ ଶିକ୍ଷକ ଯୋଗାଇ ନଦେଲେ ବିଦ୍ୟାଳୟରେ ତାଲା ପକାଇ ଦିଆଯିବ ବୋଲି ଚେତାବନୀ ଦିଆଯାଇଥିଲା। ହେଲେ ଅଦ୍ୟାବଧି ଏଦିଗରେ ଦୃଷ୍ଟିଦେଇ କୌଣସି ପଦକ୍ଷେପ ନେଇ ନଥିବାରୁ ଶେଷରେ ପରିଚାଳନା କମିଟି, ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ଘଟଣାର ଖବର ପାଇ ସିଆରସିସି ଦୀପକ ପ୍ରଧାନ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆଲୋଚନା କରିବା ପରେ ଆସନ୍ତା ୨ ଦିନ ମଧ୍ୟରେ ଶିକ୍ଷକ ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଭାଗରଥି ପ୍ରଧାନ, ପ୍ରସନ୍ନ କୁମାର ବେହେରା, ସୁଧୀର କୁମାର ପ୍ରଧାନ, ଆନନ୍ଦ ବେହେରା, ରମାକାନ୍ତ ବାରିକ, ସୁକାନ୍ତି ଷଣ୍ଢ, ଅନିତା ସାହୁ, ଦୀପାଞ୍ଜଳି ସାହୁଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଅବିଭାବକ ଓ ଗ୍ରାମବାସୀ ଆନ୍ଦୋଳନରେ ସାମିଲ ଥିଲେ।

- Advertisement -

 

Hot this week

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

Related Articles

Popular Categories