www.samajalive.in
Sunday, December 14, 2025
14.1 C
Bhubaneswar

ଲଖନଉ ସମେତ ଅନେକ ଅଞ୍ଚଳରେ ଭୂକମ୍ପ ଝଟକା

ଲଖନଉ : ଉତ୍ତରପ୍ରଦେଶର ଲଖନଉ ଓ ସୀତାପୁର ସମେତ ଅନେକ ଜିଲାରେ ବିଳମ୍ବିତ ରାତିରେ ଭୂକମ୍ପର ଝଟକା ଅନୁଭବ ହୋଇଛି। ବିଳମ୍ବିତ ରାତି ପ୍ରାୟ ୧ଟା ୧୬ରେ ଏହି ଭୂକମ୍ପ ଝଟକା ଅନୁଭବ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୫.୨ ରେକର୍ଡ କରାଯାଇଛି। ଏହାର କେନ୍ଦ୍ରସ୍ଥଳ ଲଖନଉ ରୁ ୧୩୯ କିମି ଦୂର ଉତ୍ତର-ଉତ୍ତରପୂର୍ବରେ ୮୨ କିମି ଗଭୀର ବୋଲି ଜଣାପଡିଛି।
ମାତ୍ର ଏଥିରେ ଏଯାଏଁ କୌଣସି ଧନଜୀବନହାନୀ ହୋଇନାହିଁ ବୋଲି ସୂଚନା ମିଳିଛି। ବିଳମ୍ବିତ ରାତିରେ ଝଟକା ଅନୁଭବ ହୋଇଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କ ନିଦ ଭାଙ୍ଗିବା ସହ ଘରୁ ବାହାରକୁ ପଳାଇ ଆସିଥିଲେ। ସେହିପରି ଜନ୍ମାଷ୍ଟମୀ ଥିବାରୁ ମନ୍ଦିର ଆଖପାଖରୁ ମଧ୍ୟ ଲୋକେ ବାହାରକୁ ପଳାଇ ଆସିଥିଲେ। ଝଟକା ଅଧିକ ଥିବାରୁ ଅନେକ ସମୟ ପର୍ଯ୍ୟନ୍ତ ଲୋକଙ୍କ ଆସବାବ ପତ୍ର ଏଣେ ତେଣେ ହୋଇଥିଲା।
ସେହିପରି ସୀତାପୁରରେ ମଧ୍ୟ ଭୂକମ୍ପ ଝଟକା ଅନୁଭବ ହୋଇଥିଲା। ରାତି ପ୍ରାୟ ୧ଟା ୧୬ରେ ହଠାତ୍‍ ଜୋରରେ ଭୂକମ୍ପ ଝଟକା ଅନୁଭବ ହୋଇଥିଲା। ଲୋକଙ୍କ କହିବାନୁଯାୟୀ, ଝଟକା ଖୁବ ଜୋରରେ ଥିବାରୁ ଘରର ଜିନିଷପତ୍ର ଏଣେତେଣେ ହେବାକୁ ଲାଗିଥିଲା। ଲୋକେ ଭୟରେ ଘରୁ ବାହାରକୁ ଆସିବା ଅନେକ ସମୟ ଯାଏଁ ଅନିଦ୍ରା ରହିଥିଲେ।
ଏହାପୂର୍ବରୁ ଶୁକ୍ରବାର ଉତ୍ତରାଖଣ୍ଡର ପିଥୋରଗଡ ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭବ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୬ ରେକର୍ଡ କରାଯାଇଛି। ସେହିପରି ଏନସିଏସ କହିବାନୁଯାୟୀ, ଜମ୍ମୁ-କାଶ୍ମୀରର ହେନଲେ ଗାଁର ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ଭୂକମ୍ପ ଅନୁଭବ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୧ ରେକର୍ଡ କରାଯାଇଛି।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories