www.samajalive.in
Wednesday, December 10, 2025
26.1 C
Bhubaneswar

ବ୍ଲାକ ସ୍ପଟ ସ୍ଥାନରେ ଅଣ୍ଡର ପାସ ନିର୍ମାଣ ଦାବିରେ କଂଗ୍ରେସର ରାସ୍ତାରୋକ ଓ‌ ବିକ୍ଷୋଭ ପ୍ରଦର୍ଶନ

ଗୋପାଳପୁର: ଗଞ୍ଜାମ ଜିଲ୍ଲା ଦେଇ ଅତିକ୍ରମ କରିଥିବା ୧୬ ନଂ ଜାତୀୟ ରାଜପଥର ଇଚ୍ଛାପୁର ଠାରୁ ପୁଇଁତଳା ମଧ୍ୟରେ ଚିହ୍ନଟ ହୋଇଥିବା ବ୍ଲାକସ୍ପଟ ସ୍ଥାନରେ ପ୍ରସ୍ତାବିତ ଅଣ୍ଡରପାସ ନିର୍ମାଣକୁ ନେଇ କଂଗ୍ରେସ ପକ୍ଷରୁ ପିସିସି ସଭ୍ୟ ଶମ୍ଭୁ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଦୁଇ ଘଣ୍ଟା ଧରି ପୁକୁଡି ବନ୍ଧ ଛକ ଜାତୀୟ ରାଜପଥ ଅବରୋଧ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜାତୀୟ ରାଜପଥରେ  ପ୍ରତିଦିନ ଦୁର୍ଘଟଣା ଘଟି ଅକାଳରେ ଅନେକ ଜୀବନ ଯାଉଥିବା ବେଳେ ଅନେକ ସମୟରେ ସ୍ଥାନୀୟ ଜନ ସାଧାରଣଙ୍କ ପକ୍ଷରୁ ଛକ ରାସ୍ତାରେ ଅଣ୍ଡର ପାସ ନିର୍ମାଣ ନିମନ୍ତେ ଦାବି ଉପସ୍ଥାପନ ସତ୍ତ୍ୱେ ମଧ୍ୟ ପ୍ରଶାସନ କିମ୍ବା ଜାତୀୟ ରାଜପଥ କର୍ତ୍ତୃପକ୍ଷ କୈାଣସି ପଦକ୍ଷେପ ଗ୍ରହଣ ନକରିବାରୁ ଆଜି ଲୋକଙ୍କ  ସ୍ବର ସହ ସ୍ବର ମିଳାଇ  ଜାତୀୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପୁର୍ବ ନିଷ୍ପତ୍ତି ମୁତାବକ ଶତାଧିକ କଂଗ୍ରେସ କର୍ମୀ  ରାଜରାସ୍ତାକୁ ଓହ୍ଲାଇବା ସହ ଦୁଇ ଘଣ୍ଟା ଧରି ରାଜପଥ ଅବରୋଧ କରିଥିଲେ ।

ଯାହା ଫଳରେ ଭୁବନେଶ୍ବର ଠାରୁ ଆନ୍ଧ୍ର ପ୍ରଦେଶକୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଅତିଶୀଘ୍ର ସମସ୍ୟାର ସମାଧାନ କରାନଗଲେ ଆନ୍ଦୋଳନକୁ ଆହୁରି ଜୋରଦାର କରିବା ଲାଗି କଂଗ୍ରେସ ନେତା ଶ୍ରୀ ପାଣିଗ୍ରାହୀ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି କ୍ରମରେ ଶ୍ରୀ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି ଯେ, ଜାତୀୟ ରାଜପଥରେ  ଇଚ୍ଛାପୁର ଠାରୁ ପୁଇଁତଳା ମଧ୍ୟରେ ଅଣ୍ଡରପାସ ନିର୍ମାଣ ଲାଗି ପଦକ୍ଷେପ ଗ୍ରହଣ କରାନଗଲେ କଂଗ୍ରେସ ପକ୍ଷରୁ ଦିଲ୍ଲୀ ଦରବାରରେ ଗଣ ଆନ୍ଦୋଳନ କରାଯିବ ବୋଲି ପ୍ରକାଶ କରିଛନ୍ତି ।  ଅତିଶୀଘ୍ର ବ୍ଲାକ୍ ସ୍ପଷ୍ଟ ଚିହ୍ନଟ ସ୍ଥାନରେ ଅଣ୍ଡରପାସ ନିର୍ମାଣ କରାଗଲେ ପୁଣିଥରେ ଆନ୍ଦୋଳନକୁ ଯୋରଦାର କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

- Advertisement -

ଗତ କିଛି ବର୍ଷ ଧରି ଗଞ୍ଜାମ ଜିଲ୍ଲା ଦେଇ ଅତିକ୍ରମ କରିଥିବା ରାଜପଥରେ ଲଗାତାର ସଡକ ଦୁର୍ଘଟଣାରେ ଅନେକଙ୍କ ଜୀବନ ଯାଉଥିବା ଯୋଗୁଁ ସଡକ  ପରିବହନ ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ  ଗିରିସୋଲା, ଗୋଳନ୍ଥରା,ରଣ୍ଡା,କନିସି,ହଳଦିଆ ପଦର,ଲାଞ୍ଜିପଲ୍ଲି,ଜଗନ୍ନାଥ ପୁର,କାଳିଆବାଲି ଛକ, ଛତ୍ରପୁର ଭଳି ୧୬ ଟି ସ୍ଥାନକୁ ବ୍ଲାକ ସ୍ପଟ ଭାବେ ଚିହ୍ନଟ କରଯିବା  ସହ ଅଣ୍ଡରପାସ ନିର୍ମାଣ ଲାଗି ପୁର୍ବରୁ ଦାବି ହୋଇ ଆସୁଥିଲା। ଏହି ବିକ୍ଷୋଭ ରେ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଜାନକୀ ବଲ୍ଲଭ ପଟ୍ଟନାୟକ, ମୁଖପାତ୍ର ତଥା ସମ୍ପାଦକ ଅମୀୟ ପାଣ୍ଡଡ, ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାସ, ପିସିସି ସଭ୍ୟ ଶିଶର କୁମାର ସାହୁ , ଆଇଏନଟିୟୁସି ନେତା ପିତବାସ ପଣ୍ଡା, ଭୋକାଲି ସେଠୀ, ହିଞ୍ଜିଳିକାଟୁ ବ୍ଲକ୍ କଂଗ୍ରେସ ସଭାପତି ଶିବରାମ ପ୍ରଧାନ, ଶେରଗଡ ବ୍ଲକ ସଭାପତି କୁନା ବିଷୋୟୀ, ଟୁନା ଶତପଥୀଙ୍କ ସମେତ ୫୦୦ରୁ ଊର୍ଦ୍ଧ୍ବ କଂଗ୍ରେସ ଓ ସ୍ଥାନୀୟ ଅଞ୍ଚଳ‌ବାସୀ ସାମିଲ ହୋଇଥିଲେ ।

 

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories