www.samajalive.in
Wednesday, December 10, 2025
26.1 C
Bhubaneswar

କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେପି କର୍ମକର୍ତ୍ତା

ଫୁଲବାଣୀ: କନ୍ଧମାଳ ଜିଲାର ବିକାଶ ନେଇ ଆଦିବାସୀ ଉନ୍ନୟନ ଓ ଜଳ ସଂପଦ ବିଭାଗର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ କନ୍ଧମାଳ ବିଜେପିର କର୍ମକର୍ତ୍ତା ମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଭୁବନେଶ୍ୱର ଠାରେ ସାକ୍ଷାତ କରି ଏହି ଦାବିପତ୍ର ପ୍ରଦାନ କରିଥିବା ବେଳେ ବିଶେଷ କରି ଜିଲାରେ ଥିବା ଏକମାତ୍ର ସରକାରୀ ମହାବିଦ୍ୟାଳୟରେ ୫୮ଜଣ ଅଧ୍ୟାପକ ମଧ୍ୟରୁ ବର୍ତ୍ତମାନ ମାତ୍ର ୧୩ଜଣ ଅଧ୍ୟାପକ ଅଛନ୍ତି । ଏଭଳି ସ୍ଥଳେ ଶିକ୍ଷାଦାନ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ ।

ଏ ଦିଗରେ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ସେହିଭଳି ବିଜେପିର ପ୍ରତିନିଧି ମଣ୍ଡଳି କନ୍ଧମାଳ ଜିଲାର ଶିକ୍ଷା , ସ୍ୱାସ୍ଥ୍ୟ , ଗମନାଗମନ ସହିତ ଜଳସେଚନ ବ୍ୟବସ୍ଥା , ଶୀତଳ ଭଣ୍ଡାର ବ୍ୟବସ୍ଥା ସହିତ ପ୍ରୋସେସିଙ୍ଗ୍‌ ୟୁନିଟ୍‌ ସ୍ଥାପନ ଭଳି ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହିତ ଦାବିପତ୍ର ପ୍ରଦାନ କରିଛନ୍ତି । କନ୍ଧମାଳ ଜିଲା ଏକ ଆଦିବାସୀ ବହୁଳ ଜିଲା ହୋଇଥିଲେ ମଧ୍ୟ ଜିଲାର ବିକାଶ ସେହିମାତ୍ରରେ ହୋଇ ନାହିଁ ବୋଲି ମଧ୍ୟ ଦର୍ଶାଇଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସହିତ ଆଲେଚାନା ବେଳେ କନ୍ଧମାଳ ଜିଲାରେ ୮ ଗୋଟି  ନୂଆ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନିଆଯାଇଥିବା ନେଇ ସୂଚନା ପ୍ରଦାନ କରିଥିବାର ବିଜେପି ପକ୍ଷରୁ ସୂଚନା ଦିଆଯାଇଛି  ।

- Advertisement -

ସେହିଭଳି ଜିଲାରେ କେନ୍ଦ୍ର ସରକାରଙ୍କ ବନ୍ଧନ ଯୋଜନା ଓଏମ୍‌ଏସ୍‌ଏମ୍‌ଇ ମାଧ୍ୟମରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ବେଳେ ଜିଲା ସାଧାରଣ ସଂପାଦକ ଲିଙ୍ଗରାଜ ଦଳବେହେରା , କନ୍ଧମାଳ ଉପସଭାପତି ତଥା ଲୋକସଭା ସଂଯୋଜକ ରମେଶ ଚନ୍ଦ୍ର ମହାନ୍ତି ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ମନ୍ତ୍ରୀଙ୍କ ସହିତ ଆଲୋଚନା ବେଳେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପ୍ରଦୀପ ମହନ୍ତ  ଉପସ୍ଥିତ ଥିଲେ ।

Hot this week

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

Related Articles

Popular Categories