www.samajalive.in
Monday, December 8, 2025
27.1 C
Bhubaneswar

ହ୍ରାସ ପାଉଛି ଜଳସ୍ଥର, ଆଗାମୀ ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ – ଏସଆରସି

ଡେସ୍କ: ଚଳିତ ବନ୍ୟାରେ ରାଜ୍ୟରେ ୪ଟି ସ୍ଥାନରେ ଘାଇ ହୋଇଥିବା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି। ଆଜି ଗଣମାଧ୍ୟମକୁ ସୂଚନା ଦେବା ଅବସରରେ ସେ କହଛନ୍ତି ଯେ ଗତକାଲି ପୁରୀ ଜିଲ୍ଲାର ମକରା ନଦୀ ଏବଂ ଖୋର୍ଦ୍ଧା ଜିଲ୍ଲା ରାଜୁଆ ନଦୀର ଡାହାଣ ପାର୍ଶ୍ୱ ବନ୍ଧରେ ଘାଇ ସୃଷ୍ଟି ହୋଇଥିବା ବେଳେ ଆଜି କୁଶଭଦ୍ରା ଗୋପ ବ୍ଲକ ଗଣେଶ୍ବରପୁର ପଂଚାୟତ ଖଣ୍ଡୁଆକୁଦ ଗାଁ ପାଖରେ ଏବଂ ଅନ୍ୟଟି ରାହାମା ବ୍ଲକର ତେରମାଣପୁର ଘେରିବନ୍ଧରେ ଘାଇ ସୃଷ୍ଟି ହୋଇଛି। ୨୦୧୧ ପରେ ଚଳିତ ବନ୍ୟାରେ ଏତେ ପରିମାଣର ବନ୍ୟାଜଳ ଦେଖାଦେଇଥିବା ଶ୍ରୀ ଜେନା କହିଛନ୍ତି।

ସେ କହିଛନ୍ତି, ଆଗାମୀ ୨୪ ଘଣ୍ଟା ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ୨୪ ଘଣ୍ଟା ମଧ୍ୟରେ ସମୁଦ୍ରରେ ପାଣି ପହଂଚିବା ପରେ ଜଳସ୍ଥର ହ୍ରାସ ପାଇବ। ଆଉ ୨୪ ଘଣ୍ଟା ପରେ କଟକ ମୁଣ୍ଡୁଳି ଠାରେ ଜଳସ୍ଥର ୯ ଲକ୍ଷ କ୍ୟୁସେକ ତଳକୁ ହ୍ରାସ ପାଇବ ବୋଲି ସେ କହିଛନ୍ତି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories