www.samajalive.in
Monday, December 8, 2025
24.1 C
Bhubaneswar

ଅମଙ୍ଗେଇକୁଦରେ ଫସିଥିବା ୨ଜଣଙ୍କୁ ଉଦ୍ଧାର କଲା ଓଡ୍ରାଫ ବାହିନୀ

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ କନ୍ଦରପୁରଠାରେ ମହାନଦୀରେ ପ୍ରଖର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ନଦୀ ଗର୍ଭରେ ଥିବା ଅମଙ୍ଗେଇକୁଦରେ ଗତ ୫ ଦିନ ହେଲା ଫସି ରହିଥିବା ଦୁଇଜଣଙ୍କୁ ବୁଧବାର ସକାଳେ ଓଡ୍ରାଫ ବାହିନୀ ଉଦ୍ଧାର କରିଛନ୍ତି । କନ୍ଦରପୁର ଗ୍ରାମର ଧୈର୍ଯ୍ୟଧର ଦଳାଇ ଓ ତାଙ୍କ ପୁଅ ଅର୍ଜୁନ ଦଳାଇ ଅମଙ୍ଗେଇକୁଦ ମଧ୍ୟରେ ଏକ ଛେଳି ଫାର୍ମ କରି ସେଠାରେ ୫୦ରୁ ଊର୍ଦ୍ଧ୍ବ ଛେଳି ପାଳିଛନ୍ତି। ଗତ ୧୨ ତାରିଖ ଦିନ ସେଠାକୁ ବାପ ପୁଅ ଛେଳି ଚରାଇବାକୁ ଏକ ଛୋଟ ହୁଲି ଡଙ୍ଗା ନେଇ ଯାଇଥିଲେ । କିନ୍ତୁ ସେଦିନ ପ୍ରବଳ ବର୍ଷା ସାଙ୍ଗକୁ ପବନ ହେବାରୁ ସେମାନେ ଫେରି ପାରିନଥିଲେ । ସେମାନେ ସାଥିରେ ନେଇ ଯାଇଥିବା ଖାଦ୍ୟ ଖାଇ ଦୁଇ ଦିନ ବିତାଇବା ମଧ୍ୟରେ ମହାନଦୀରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେବା ସହ ଜଳସ୍ତର ଏତେ ମାତ୍ରାରେ ବୃଦ୍ଧି ପାଇଥିଲା ଯେ, ଟାପୁରେ ଫସିଥିବା ବାପ ପୁଅ ଆଉ ଫେରି ପାରିନଥିଲେ। ସେମାନଙ୍କ ପାଖରେ ଖାଦ୍ୟ ସରି ଯାଇଥିବା ବେଳେ କେବଳ କିଛି ଆଳୁ ଥିଲା, ଯାହାକୁ ଖାଇ ଗୋଟିଏ ଦିନ ବିତାଇବା ପରେ ଉପାସରେ ଥିଲେ । ଏ ସମ୍ପର୍କରେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଙ୍ଗଳବାର ବିଳମ୍ବିତ ରାତିରେ ଖବର ପାଇବା ପରେ ସେମାନଙ୍କୁ ସକାଳେ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଆଠଗଡ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁଯାୟୀ ଉପଜିଲାପାଳ ହେମନ୍ତ କୁମାର ସ୍ବାଇଁ କଟକ ଜିଲ୍ଲାପାଳଙ୍କ ସହ କଥା ହୋଇ ଓଡ୍ରାଫ ଦଳ ପଠାଇବାକୁ ଅନୁରୋଧ କରିଥିଲେ । ବୁଧବାର ସକାଳେ ଓଡ୍ରାଫ ଦଳ ପହଞ୍ଚିବା ପରେ ଶକ୍ତିଚାଳିତ ରବର ଡଙ୍ଗା ସାହଯ୍ୟରେ ଅମଙ୍ଗେଇକୁଦରୁ ଫସି ରହିଥିବା ଛେଳି ଚରାଳି ବାପ ପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଆଣିଥିଲେ । କୂଳରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଥିବା ମନ୍ତ୍ରୀ ଶ୍ରୀ ସ୍ବାଇଁ ଓ ଉପଜିଲ୍ଲାପାଳ ସେମାନଙ୍କୁ ଓଆରଏସ ପାଣି ପିଇବାକୁ ଦେଇଥିଲେ। ଆଗରୁ ସେଠାରେ ସଜାଗ ରହିଥିବା ଡାକ୍ତରୀ ଦଳ ଉଭୟ ବାପ ପୁଅଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ସେମାନେ ସୁସ୍ଥ ଥିବା କହିଥିଲେ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories