www.samajalive.in
Thursday, December 11, 2025
18.1 C
Bhubaneswar

ପିପିଲିରେ ତ୍ରିରଙ୍ଗା ଶୋଭାଯାତ୍ରା

ପିପିଲି:ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରାଯାଉଥିବା ବେଳେ ପିପିଲିରେ ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତିବିଶେଷ ଓ ରାଜନୈତିକ ଦଳ ପକ୍ଷରୁ ଏହି ମହାର୍ଘ୍ୟ ଉତ୍ସବକୁ ଅତି ଆଡ଼ମ୍ବର ସହକାରେ ପାଳନ କରାଯାଉଛି। ଏହି ଅବସରରେ ପିପିଲିର ଯୁବନେତା ତଥା ସମାଜସେବୀ ସରୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ରବିବାର ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ପିପିଲିର ପ୍ରବେଶପଥ ଉତ୍ତରାବଜାର ଠାରୁ ବାହାରି ଗୁଡିଆପୋଖରୀ, ସିଉଳା, ଜଇସପାଟଣା, ପିପିଲି ପୌରାଞ୍ଚଳ, ଦାଣ୍ଡମୁକୁନ୍ଦପୁର, ମଙ୍ଗଳପୁର, ତେଇସିପୁର ବଜାର ଦେଇ ସାତଶଙ୍ଖ ପର୍ଯ୍ୟନ୍ତ ଯାଇଥିଲା। ଅବିଶ୍ରାନ୍ତ ବର୍ଷା ସତ୍ତ୍ବେ ଏଥିରେ ୫ଶହରୁ ଅଧିକ ବାଇକ ଓ ଏକ ହଜାରରୁ ଉର୍ଦ୍ଧ ସ୍ୱେଛାସେବୀ ଯୁବକମାନେ ସ୍ୱତଃପ୍ରବୃତ୍ତ ଭାବେ ଯୋଗଦେଇଥିଲେ। ଏହି ତ୍ରିରଙ୍ଗା ଶୋଭାଯାତ୍ରାକୁ ରାସ୍ତାର ବିଭିନ୍ନ ସ୍ଥାନରେ ଭରପୁର ସ୍ୱାଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ରମାକାନ୍ତ ଜେନା, ତପନ ପ୍ରଧାନ, ତାପସ କୁମାର ନାୟକ, ପ୍ରେମରଞ୍ଜନ ସ୍ୱାଇଁ, ଦୁର୍ଯ୍ୟଧନ ସ୍ୱାଇଁ, ମମତା ନାୟକ ପ୍ରମୁଖ ପରିଚାଳନା କରିଥିଲେ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories