www.samajalive.in
Wednesday, December 10, 2025
26.1 C
Bhubaneswar

ଏନଏସସିବିରେ ଗଙ୍ଗାଧର ଜୟନ୍ତୀ ପାଳିତ

ସମ୍ବଲପୁର: ସମ୍ବଲପୁରର ନେତାଜୀ ସୁବାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟ ଠାରେ ସ୍ୱଭାବ କବି ଗଙ୍ଗାଧର ମେହେର ଙ୍କ ୧୬୧ତମ ଜୟନ୍ତୀ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଶ୍ୟାମ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୂଳ ସଚିବ ତଥା ବିଶିଷ୍ଟ କବି, ଗାଳ୍ପକ ଡ. ନୃପରାଜ ସାହୁ ମୁଖ୍ୟ ଅତିଥି, ଘେସଁ ମହାବିଦ୍ୟାଳୟର ପ୍ରାକ୍ତନ ଓଡିଆ ପ୍ରଧ୍ୟାପକ ତଥା କବି ଓ ସାହିତ୍ୟ ସମାଲୋଚକ ଡ. ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ ସମ୍ମାନୀୟ ଅତିଥି ଏବଂ ବରଗଡ଼ ଜିଲା କଳାପାଣି ସ୍ଥିତ ଗାନ୍ଧୀ ମେମୋରିଆଲ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ମୋହନ ସାହୁ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ।

ଅଧ୍ୟାପକ ହରିହର ମଲ୍ଲିକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସୌରଭ ଷଡଙ୍ଗୀଙ୍କ ନେତୃତ୍ୱରେ ଛାତ୍ରୀ ମାନେ ଗଙ୍ଗାଧର ସଙ୍ଗୀତ ପରିବେଷଣ କରିଥିଲେ। ଅଧ୍ୟାପକ ଡ. ରଘୁମଣି ନାଏକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ଶ୍ରଦ୍ଧାମୟୀ ପୁରୋହିତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଗଙ୍ଗାଧର ଙ୍କ ଅମୃତ ଭାବନା, କବିତାର ବୈଶିଷ୍ଟ୍ୟ ଓ ଶବ୍ଦ ପ୍ରୟୋଗ ରିତି, ସର୍ବାଧୁନିକ ଗୀତିକାର ବୋଲି ବକ୍ତା ମାନେ ଅଭିହିତ କରିଥିଲେ। କାର୍ଯ୍ୟକ୍ରମକୁ ଆୟୋଜନ ଓ ପରିଚାଳନାରେ ଡ. ବିଶ୍ୱମୋହନ ଜେନା, ବୀରସେନ ଦଳାଇ, ସୁଜିତ ପଧାନ, ଅଳକା ଲୁଗୁନ, ମିନତୀ ଛତ୍ରିଆ, ସୁରେଶ ଏକ୍କା, ପ୍ରଶାନ୍ତ କୁମାର ପଣ୍ଡା, ଶ୍ରଦ୍ଧାଞ୍ଜଳି ଦାଶ, ମିଲି ସାହୁ, ସତ୍ୟ ପ୍ରକାଶ ଟୁଡୁ, ସତ୍ୟ ପ୍ରକାଶ ନନ୍ଦ, ମେଞ୍ଜା ପୂର୍ତ୍ତି, ଉତ୍ତମ କୁମାର ରାଉଳ, ବିଶ୍ୱଜିତ ମହାନ୍ତି ଏବଂ ମୋନାଲିସା ବେହେରା ପ୍ରମୁଖ ସକ୍ରିୟ ସହାୟତା କରିଥିଲେ। ଶେଷରେ ଅଧ୍ୟାପକ ସନ୍ତୋଷ ରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories