www.samajalive.in
Monday, December 8, 2025
27.1 C
Bhubaneswar

ନିୟମଗିରି ସୁରକ୍ଷା ସମିତି ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳିତ

ଲାଞ୍ଜିଗଡ଼଼: ଲାଞ୍ଜିଗଡ଼ ବ୍ଲକ ଅର୍ନ୍ତଗତ କଦମଗୁଡାଠାରେ ମଙ୍ଗଳବାର ନିୟମଗିରି ସୁରକ୍ଷା ସମିତି ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଏହି ଦିବସରେ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଏ, ବରଗଡ଼ ପଶ୍ଚିମ ଓଡ଼ିଶା ଚାଷିନେତା ଲିଙ୍ଗରାଜ ଅତିଥି ଭାବେ ଯୋଗଦେଇ ଆଦିବାସୀମାନେ ଏକତ୍ରିତ ହୋଇ ନିଜ ହକ୍‍ ପାଇଁ ଲଢେଇ ଜାରି ରଖିବା ନେଇ ଆହ୍ୱାନ ଦେଇଥିଲେ। ଲାଞ୍ଜିଗଡ଼, କୋରାପୁଟ, ଥୁଆମୁଳ ରାମପୁର ଅଞ୍ଚଳରେ ଖଣିଜ ସମ୍ପଦ ଭରି ରହିଛି। ଏହି ଅଞ୍ଚଳରେ ବନବାସୀମାନେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ସହ ତାକୁ ବିକ୍ରି କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି। ସେଥିପାଇଁ ନିଜ ଜୀବନକୁ ବାଜି ଲଗାଇ ଏହାର ସୁରକ୍ଷା କରିବା ଆମର ଦାୟିତ୍ୱ ବୋଲି ଆୟୋଜିତ ହୋଇଥିବା ବିଶ୍ୱ ଆଦିବାସୀ ଦିବସରେ ମତପ୍ରକାଶ ପାଇଥିଲା।

ଆଜି ମଧ୍ୟ ଦୁର୍ଗମ ଅଞ୍ଚଳମାନଙ୍କରେ ଅନେକ ଆଦିବାସୀ ଗାଁ ରହିଛି, ଯେଉଁଠିକି ସରକାରଙ୍କ ବିକାଶର ପାଦ ଚିହ୍ନ ପଡ଼ିନି। ଗାଁମାନଙ୍କୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ମଧ୍ୟ ଯାଇପାରୁନି। ନଳକୂଅ ନଥିବା ଯୋଗୁଁ ଝରଣା ପାଣି ଉପରେ ନିର୍ଭର କରୁଛନ୍ତି ଆଦିବାସୀ। ସରକାରଙ୍କ ମାଳମାଳ ଯୋଜନା ସେମାନଙ୍କ ପାଇଁ ସାତସପନ ପାଲଟିଛି। ସରକାର ବାକ୍ୟବୀର ସାଜି ବିକାଶର ଡିଣ୍ଡିମ ପିଟୁଥିବା ବେଳେ ହୋଡିଂ, ବ୍ୟାନର ଓ ବିଜ୍ଞାପନ ମାଧ୍ୟମରେ ଗୋଲାପୀ ଚିତ୍ର ଦେଖାଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ଆଜିର ଏହି ଆଦିବାସୀ ଦିବସ ସମାବେଶରେ ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ଶତାଧିକ ଡଙ୍ଗରୀଆ ଓ ଝରଣୀଆ ପାରମ୍ପରିକ ବେଶଭୁଷାରେ ସଜ୍ଜିତ ହୋଇ କଦମଗୁଡାଠାରୁ ଲାଞ୍ଜିଗଡ଼ ବଂଶଧାରା ନଦୀ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ବାହାରିଥିଲେ। ସେଠାରେ ଆଦିବାସୀଙ୍କ ହକ୍‍କୁ ନେଇ ଏକ ଶୋଭା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନିୟମଗିରି ସୁରକ୍ଷା ସମିତି ସଭାପତି ଲୋଦ ଶିକକା, ଖଣ୍ଡୁଆଲମାଳି ସୁରକ୍ଷା ସମିତିର ବ୍ରିଟିଶ କୁମାର, କୋରାପୁଟ ଦେଓମାଳି ସୁରକ୍ଷା ସମିତିର ବାସୁ ଖୋରା, ନିଶାନ ପତ୍ରିକାର ସମ୍ପାଦକ ଲେନିନ୍‍ କୁମାର, ଉପେନ୍ଦ୍ର ଦ୍ରାବିଡ, ସଚେତନ ନାଗରିକ ମଞ୍ଚ ସତ୍ୟ ମାହାର, ରାଜକିଶୋର ଦୋଳହରି ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଲାଞ୍ଜିଗଡ଼ ବଜାରପଡ଼ାଠାରେ ମଧ୍ୟ ଲାଞ୍ଜିଗଡ଼ ଆଦିବାସୀ ସଂଘ ପକ୍ଷରୁ ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ବିଶ୍ୱ ଆଦିବାସୀ ଦିବସକୁ ମହାସମାରୋହରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଫକୀର ମୋହନ ମାଝୀ, ଲାଞ୍ଜିଗଡ଼ ସରପଞ୍ଚ ସରସ୍ୱତୀ ମୁଣ୍ଡା, ସମିତିସଭ୍ୟା ସୁମତି ମାଝୀ, ବାତେଲିମା ସରପଞ୍ଚ କରୁଣା ମାଝୀ, ବିଶ୍ୱନାଥପୁର ସରପଞ୍ଚ ସୁରଥ ମାଝୀ, ସମାଜସେବୀ ହରିଶଙ୍କର ପାତ୍ର, ଯୁବନେତା ପାତ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories