www.samajalive.in
Monday, December 8, 2025
27.1 C
Bhubaneswar

ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି: ଘରକୁ ପସିଲା ପାଣି, ବେସାହାରା ପରିବାର

ଲାଞ୍ଜିଗଡ଼: ଗତ ତିନିଦିନ ହେଲା କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଲାଞ୍ଜିଗଡ ବ୍ଲକର ବିଭିନ୍ନ ନଦୀରେ ଜଳସ୍ରୋତ ବୃଦ୍ଧି ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟାପାଣି ପ୍ରବାହିତ ହେବା ଫଳରେ ଅନେକ ଚାଷଜମୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ବ୍ଲକର ବଂଶଧାରା ନଦୀ, ରେତନଦୀ ଓ ସାନ୍ଦୁଲ ନଦୀରେ ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଛି। ତିନିଦିନର ଲଗାଣ ବର୍ଷା ଯୋଗୁଁ ଲାଞ୍ଜିଗଡ ସହରର ଥାନା ପଛପଟେ ଥିବା ତିନୋଟି ପରିବାର ଯୁଗଳ ସେଠି, ତ୍ରିଲୋଚନ ସେଠି ଓ ବାବୁଲା ସେଠିଙ୍କ ପାଣିଘେରରେ ରହିଥିବା ଦେଖିବାକୁ ମିଳିଛି। ତିନିଦିନ ହେଲା ତାଙ୍କ ଚୁଲିରେ ନିଆଁ ଜଳୁନାହିଁ। ଭୋକ ଉପାସରେ ରହି ବେସାହାରା ଅବସ୍ଥାରେ ପଡି ରହିଛନ୍ତି ଏହି ପରିବାର। ରାଜସ୍ୱ ବିଭାଗ ପକ୍ଷରୁ ପଲିଥିନ ଖଣ୍ଡେ ମଧ୍ୟ ସେମାନଙ୍କୁ ଦିଆଯାଇନାହିଁ। ଘର ଭିତରେ ପାଣି ପସିଥିବାରୁ ସେମାନଙ୍କ ଶୋଇବାକୁ ମଧ୍ୟ ଜାଗା ନାହିଁ। ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ଖବର ପାଇବାପରେ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ଲାଞ୍ଜିଗଡ ସରପଞ୍ଚ ସରସ୍ୱତୀ ମୁଣ୍ଡାଙ୍କୁ ସେ ଅଞ୍ଚଳର ସ୍ଥିତି ପରଖି ପାଣି ଘେରରେ ଥିବା ପରିବାର ବର୍ଗଙ୍କୁ ଥଇଥାନ କରିବା ପାଇଁ ନିର୍ଦେଶ ଦେଇଥିଲେ। ବିଡିଓଙ୍କ ନିର୍ଦେଶ ପାଇବା ପରେ ସେହି ପରିବାର ବର୍ଗଙ୍କ ସହ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ସରସ୍ୱତୀ ମୁଣ୍ଡା।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories