www.samajalive.in
Thursday, December 11, 2025
13.1 C
Bhubaneswar

ଯୌତୁକ ଜୁଇରେ ଜଳିଗଲା ଆଉ ଏକ ନିରୀହ ଜୀବନ !

ସିମୁଳିଆ: ମଣିଷ ମନରେ ଯୌତୁକ ରୂପୀ ରାକ୍ଷସ ଏବେ ବି ଜୀବିତ । ଅର୍ଥ ଲୋଭୀ ମଣିଷ ସମ୍ପର୍କକୁ ଜଳାଞ୍ଜଳି ଦେଇ ମାନବିକତାକୁ ଭୁଲିଯାଉଛି। ଯାହାକୁ ଭଲପାଇ ଘର ଲୋକଙ୍କ ସହ ସମ୍ପର୍କ କାଟି ହାତଧରି ବାହା ହୋଇଥିଲା, ସେହି ଲୋକ ଆଜି ରାକ୍ଷସ ସାଜି ଜୀବନ ନେଇଗଲା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ଅଞ୍ଚଳରେ। ମଇତାପୁର ଗ୍ରାମର ରବୀନ୍ଦ୍ର ସାହୁଙ୍କ ଝିଅ ରଶ୍ମିତାଙ୍କୁ ତେଲିଆପଡ଼ା ଗ୍ରାମର ହରିହର ବେହେରା(ଟୁକୁନା) ନାମକ ଯୁବକଙ୍କୁ ଭଲପାଇଥିଲେ। ହରିହର ବଳପୂର୍ବକ ଉଠାଇ ନେଇ ବିବାହ କରିଥିଲା ଏବଂ ରଶ୍ମିତାଙ୍କ ବାପଘର ସମ୍ପର୍କ ମଧ୍ୟ ଛିନ୍ନ କରିଦେଇଥିଲା। ବିବାହର କିଛିଦିନ ପରେ ଘର ଲୋକଙ୍କ ସହ ସ୍ୱାମୀ ମିଶି ରଶ୍ମିତାକୁ ଯୌତୁକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲା। କେତେବେଳେ ଯୌତୁକ ଜିନିଷ ତ କେତେବେଳେ ଜମି ନିଜ ନାଁରେ କରାଇଦେବା ପାଇଁ ଦାବି କରୁଥିଲା। ଏପରିକି କିଛିଦିନ ତଳେ ରଶ୍ମିତାଙ୍କୁ ଜୋରଜବରଦସ୍ତ ବିଷ ପିଆଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଏଥିରୁ ରଶ୍ମିତା ଅଳ୍ପକେ ବଞ୍ଚିଯାଇଥିଲେ। ଅତ୍ୟାଚାର ଅତି ଅସହ୍ୟ ହେବାରୁ ନିଜ ଘରଲୋକ ଜାଣିପାରି ସିମୁଳିଆ ଥାନାରେ ଅଭିଯୋଗ ପରେ ଭଦ୍ର ଲୋକଙ୍କୁ ବସାଇ ମିଳାମିଶା କରିଥିଲେ । କିଛିଦିନ ପରେ ହଠାତ ହରିହରଙ୍କ ଫୋନ କଲ୍ ପାଇ ଶଳା ରଶ୍ମି ସାହୁ ଭଦ୍ରକ ମେଡିକାଲ ଯାଇ ଦେଖିଲେ ଭଉଣୀ ରଶ୍ମିତା ଦେହରେ ମାଡ ଚି଼ହ୍ନ ସହ ତାଙ୍କ ଅବସ୍ଥା ଅତି ସଂକଟାପନ୍ନ ଥିଲା ଏବଂ ଡାକ୍ତର ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରଶ୍ମିତା ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି। ବର୍ତମାନ ରଶ୍ମିତାଙ୍କ ମାଆ ସିମୁଳିଆ ଥାନାରେ ଲିଖିତ ଅଭିଯୋଗ ଦେଇ ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି।

ଅପରପକ୍ଷେ, ରଶ୍ମିତାଙ୍କ ୪ବର୍ଷର ଝିଅ କି ଦୋଷ କରିଥିଲା? ନିଜ ମାଆକୁ ହରାଇ ବାହୁନି ବାହୁନି କାନ୍ଦୁଛି ସେ । ଦେଖିବାକୁ ବାକି ରହିଲା ପୁଲିସ ଘଟଣାର ତଦନ୍ତ କରି କେବେ ଦୋଷୀକୁ ଗିରଫ କରୁଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories