www.samajalive.in
Monday, December 8, 2025
24.1 C
Bhubaneswar

କଟକ ସଦର ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରା ଓ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‍ଘାଟନ

ନେମାଳ : ଘୂର୍ଣ୍ଣିବାତ୍ୟା ‘ତିତ୍‍ଲି’ ପ୍ରଭାବରେ ପ୍ରବଳ ବର୍ଷା ସତ୍ତ୍ବେ ବୁଧବାର ନିଶ୍ଚିିନ୍ତକୋଇଲି ବ୍ଲକ କଟକ ସଦର ନିର୍ବାଚନ ମଣ୍ଡଳୀ ପାଳଦା ପଞ୍ଚାୟତରେ କଟକ ସଦର ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରା ଓ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ତଥା କ୍ରୀଡା,ଯୁବ ବ୍ୟାପାର ଓ ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବିଭିନ୍ନ ଗ୍ରାମାଭିମୁଖୀ ଯୋଜନା ତଥା ସରକାରଙ୍କର ବିଭିନ୍ନ ଯୋଜନାର ସଫଳ ରୂପାୟନର ରୂପରେଖ ସହିତ ଓଡିଶାର ପ୍ରଗତି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ସଂପର୍କରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ସେହିପରି ଉକ୍ତ କାର୍ଯ୍ୟକ୍ରମରେ ବର୍ଷା ସତ୍ତ୍ବେ ହଜାର ହଜାର କର୍ମୀ ଯୋଗଦେଇଥିବାରୁ ମନ୍ତ୍ରୀ ଶ୍ରୀଯୁକ୍ତ ବେହେରା ସାଧୁବାଦ ଜ୍ଞାପନ କରି ଘୂର୍ଣ୍ଣିବାତ୍ୟା ‘ତିତ୍‍ଲି’ କୁ ଭୟ ନକରି ଅତ୍ୟାବଶକୀୟ ସାମଗ୍ରୀକୁ ଗଚ୍ଛିତ ରଖିବା ପାଇଁ ପରାମର୍ଶ ଦେଇଥିବା ବେଳେ ଯଦି ବାତ୍ୟାକୁ ନେଇ କୈାଣସି ମୁନାଫାଖୋର ବ୍ୟବସାୟୀମାନେ ପନିପରିବାଠାରୁ ଆରମ୍ଭ କରି ଅତ୍ୟାବଶକୀୟ ସାମଗ୍ରୀକୁ ଚଢା ଦରରେ ବିକ୍ରି କରୁଥିବ ତାହାର ସୁଚନା ଦେଲେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନି ଦେଇଥିଲେ। ଏହି ଅବସରରେ ସଦର ନିର୍ବାଚନ ମଣ୍ଡଳୀର ୧୪ ଗୋଟି ପଞ୍ଚାୟତର ବିକଳାଙ୍ଗମାନଙ୍କୁ ଭତା ପ୍ରଦାନ କରିଥିଲେ। ଏଥି ସହିତ ବହୁ ହିତାଧିକାରୀଙ୍କୁ ବିଜୁ ପକ୍କାଘର ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ପ୍ରଥମେ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ପାଳଦା ସ୍କୁଲ ଗଡାରୁ ଏକ ଶୋଭାଯାତ୍ରାରେ ପଛୋଟି ନିଆଯାଇ ଗାଁ ଗାଁ ବୁଲି ଲୋକମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ସମିକ୍ଷା କରିଥିଲେ। ପରେ ମନ୍ତ୍ରୀ ଶ୍ରୀଯୁକ୍ତ ବେହେରା ପାଳଦା ପଞ୍ଚାୟତରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନୂତନ ମାର୍କେଟ କମ୍ପଲେକ୍ସ୍‍ ଗୃହକୁ ଶୁଭ ଉଦ୍‍ଘାଟନ କରିଥିବା ବେଳେ ପାଳଦା ଜାଗରଣ କ୍ଲବର ନୂତନ ଗୃହକୁ ଉଦ୍‍ଘାଟନ କରିଥିଲେ। ପରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ସରପଞ୍ଚ, ସମିତିସଭ୍ୟା, ସମେତ ଦଳୀୟ ସମର୍ଥକ ଓ ବଜୁ ଯୁବବାହିନିର ଶତାଧିକ କର୍ମକର୍ତ୍ତା ଯୋଗଦେଇଥିଲେ।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories