www.samajalive.in
Saturday, December 6, 2025
26.1 C
Bhubaneswar

ରାତିରେ ଉଡ଼ୁଛି ଡ୍ରୋନ କ୍ୟାମେରା; ଲୋକେ ଆତଙ୍କିତ

କଲମପୁର : ଏବେ ସମଗ୍ର କଳାହାଣ୍ଡିର ସହରଠାରୁ ଗ୍ରାମାଞ୍ଚଳ ସବୁଠି ଚୋରି ଓ ଡକାୟତିର ଭୟ। ଗତ ସପ୍ତାହେ ଧରି ଏହି ଆତଙ୍କ ଜାରି ରହିଛି। ରାତି ନହେଉଣୁ ଅନେକଙ୍କ ଘର କବାଟ ପଡ଼ିଯାଉଛି। ସତେ ଯେମିତି ଗ୍ରାମାଞ୍ଚଳରେ ଲାଗିଛି ଅଘୋଷିତ କର୍ଫ୍ୟୁ। ଏହି ଆତଙ୍କିତ ବାତାବରଣରୁ ଗାଁ ଲୋକଙ୍କ ଧନ ଜୀବନ ସୁରକ୍ଷା ପାଇଁ ରାତ୍ରୀ ଜଗୁଆଳି ପାଲଟିଛନ୍ତି ଯୁବ ଗୋଷ୍ଠୀ। ପ୍ରତ୍ୟେକ ଗାଁରେ ପାଳି କରି ଯୁବକମାନେ ରାତି ଉଜାଗର ରହି ଗାଁକୁ ସୁରକ୍ଷିତ ରଖିବା ପାଇଁ ପ୍ରୟାସ କରିଛନ୍ତି। ଏହି ସମୟ ମଧ୍ୟରେ କୌଣସି ଯାନ ବାହାନ ଗାଁ ଭିତରକୁ ପଶି ଆସିଲେ ତନ୍ନ ତନ୍ନ କରି ନୀରିକ୍ଷଣ କରୁଛନ୍ତି। ଯଦି ଦୈବାତ ଲୋକ ଜଣକ ଅପରିଚିତ ହୋଇଥିଲେ ଉତ୍ତମମଧ୍ୟମ ଦେଇ ପୁଲିସର ଜିମା ଦେଉଛନ୍ତି। ଏପରିକି ଏହି ଯୁବକମାନଙ୍କ ଦୃଷ୍ଟିରୁ ବାଦ ଯାଉ ନାହାଁନ୍ତି ମାନସିକ ବିକାରଗ୍ରସ୍ତ ଯୁବକ, ବୃଦ୍ଧ ଅଥବା ମଦ୍ୟପ। ଏ କୋକୁଆ ଭୟକୁ ସମାଜିକ ଗଣମାଧ୍ୟମ ଆହୁରି ଅଧିକ ପ୍ରସାର କରୁଛି। ଯାହାରି ଫଳରେ ଲୋକଙ୍କ ମଧ୍ୟରେ ବାହାର ରାଜ୍ୟରୁ ଆସି ବିଭିନ୍ନ ବେପାର କରୁଥିବା ଲୋକଙ୍କ ପ୍ରତି ସନ୍ଦେହ ସୃଷ୍ଟି ହେଉଛି। ଅନ୍ୟ କିଛି ଲୋକ ଏହାକୁ ବାହାର ଦେଶର ଯୋଜନା ବୋଲି କହିବା ଆରମ୍ଭ କରିଦେଲେଣି। ଯାହାରି ଫଳରେ ନିରୀହ ଲୋକ ପ୍ରଭାବିତ ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ। ଏଭଳି ସ୍ଥିତିରେ ଗୁରୁବାର ବିଳମ୍ବିତ ରାତିରେ କଲମପୁର ବ୍ଲକର ମୀନଗୁର, ବିଜମରା, ବଡକୁଟୃ, ଜୟପାଟଣା ବ୍ଲକର ଗୁନଗୁନିଆ, ରଣମାଲ, ଭେଜିଗୁଡା ପଞ୍ଚାୟତ ଅଞ୍ଚଳରେ ଏକାଧିକ ଡ୍ରୋନ କ୍ୟାମେରା ବୁଲିବା ନେଇ ସାଧାରଣ ଲୋକ ଆତଙ୍କିତ ହୋଇ ପଡ଼ିଛନ୍ତି। କିଏ, କେଉଁ ଉଦ୍ଦେଶ୍ୟରେ ଏହି ଡ୍ରୋନ୍‍ କ୍ୟାମେରା ଛାଡିଛି ସେନେଇ ସ୍ଥାନୀୟ ପୁଲିସ ପ୍ରଶାସନ ପାଖରେ କୌଣସି ସୂଚନା ନାହିଁ।

ସାଧାରଣତଃ ବିବାହ, ବ୍ରତ, ପର୍ବ ପର୍ବାଣୀ, ସମାଜିକ ସମାବେଶ, ଧାର୍ମିକ, ରାଜନୈତିକ ସଭା ସମିତି ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଡ୍ରୋନ କ୍ୟାମେରାର ବ୍ୟବହାର ହୋଇଥାଏ। କିନ୍ତୁ ଅନ୍ୟ କୌଣସି କାର୍ଯ୍ୟକ୍ରମ ଆୟୋଜନରେ ଡ୍ରୋନ କ୍ୟାମେରା ବ୍ୟବହାର ନେଇ ପୁଲିସ ଓ ପ୍ରଶାସନର ଅନୁମତି ଆବଶ୍ୟକ ଥାଏ। ହେଲେ ରାତିରେ ଚୋରି ଡକାୟତି ପାଇଁ ଭୟର ବାତାବରଣ ଥିବା ବେଳେ କିଏ ଓ କାହିଁକି ଡ୍ରୋନ କ୍ୟାମେରା ଛାଡ଼ିଛି ସେନେଇ ଜୟପାଟଣା ଥାନା ଅଧିକାରୀଙ୍କ ନିକଟରେ କୌଣସି ସୂଚନା ନଥିବା ପ୍ରକାଶ କରିଛନ୍ତି ଜୟପାଟଣା ଥାନା ଅଧିକାରୀ ବାସୁଦେବ ଛତ୍ରିଆ। ଅନ୍ୟ ଡ୍ରୋନ କ୍ୟାମେରା ଅପେକ୍ଷା ଏହି ଡ୍ରୋନ କ୍ୟାମେରା ଉଚ୍ଚକ୍ଷମତା ସମ୍ପନ୍ନ ହେଇଥିବା ଅନୁମାନ କରାଯାଉଛି। ଯାହା ଅଧିକ ଉଚ୍ଚ ସହ ଅଧିକ ସମୟ ଧରି ସଚଳ ହୋଇ ରହିପାରୁଛି। ତେଣୁ ଏହି କ୍ୟାମେରା ପଛରେ କିଏ ଅଛି ତାହା ପୁଲିସର ତଦନ୍ତ ସାପେକ୍ଷ।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories