www.samajalive.in
Monday, December 8, 2025
24.1 C
Bhubaneswar

ବିଦ୍ୟାଳୟସ୍ତରୀୟ ‘ସୃଜନୀ’ କାର୍ୟ୍ୟକ୍ରମ

ଗଞ୍ଜାମ : ଗଞ୍ଜାମ ଏନ.ଏ.ସି. ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ‘ସୃଜନୀ’ କାର୍ୟ୍ୟକ୍ରମର ଉଦଘାଟନ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ଡ଼ି. ଆଇ.ଇ.ଟି ର ଶିକ୍ଷକ ପ୍ରଶିକ୍ଷିକା ଲିପିଶ୍ରୀ ଦେବୀ, ଜୟନ୍ତୀ ବେହେରା, ନିବେଦିତା ପାଢ଼ୀ, ଗଞ୍ଜାମ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗୀରଥି ବେହେରା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ ଚନ୍ଦ୍ର ବେହେରା ପ୍ରମୁଖ ସ୍ୱତନ୍ତ୍ର ଅତିଥିଭାବେ ଯୋଗଦେଇ ପ୍ରାଚୀର ପତ୍ର ସୃଜନୀ ଉଦଘାଟନ କରିଥିଲେ ।
ଏଥିସହ ସହ-ଶୈକ୍ଷିକ କାର୍ୟ୍ୟକ୍ରମ (Co-curricular Activity) ଅନ୍ତର୍ଗତ ବିଭିନ୍ନ ପ୍ରତିଯୋଗିତା ଯଥା ଚିତ୍ରାଙ୍କନ, ଝୋଟି, ସାଧାରଣ ଜ୍ଞାନ, ଶବ୍ଦ ଜ୍ଞାନ, ପଣିକିଆ ଇତ୍ୟାଦିରେ କୃତୀ ପ୍ରତିଯୋଗୀ ମାନଙ୍କୁ ନିମନ୍ତ୍ରିତ ଅତିଥିମାନେ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ଦାଶ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ୟ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ହୃଷିକେଶ ପଣ୍ଡା, ରୀତା ମଞ୍ଜୁସ୍କର ହୋତା, ସୁଧିର କୁମାର ବେହେରା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଓ ସଭ୍ୟସଭ୍ୟା, ସି.ଆର.ସି.ସି. ରବୀନ୍ଦ୍ର କୁମାର ସେଠୀ, ବିପ୍ର ଚରଣ ସାହୁ, ଦାମୋଦର ପଣ୍ଡା ଉପସ୍ଥିତ ରହି ଅଂଶଗ୍ରହଣ କରିଥିଲେ । ଖଲ୍ଲିକୋଟ ଡ଼ିି.ଆଇ.ଇ.ଟି. ର ଶିକ୍ଷକ ପ୍ରଶିକ୍ଷିକାମାନେ FLN ଶ୍ରେଣୀ ମନିିଟରିଂ କରିଥିଲେ ଓ ବିଦ୍ୟାଳୟ ର ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories