www.samajalive.in
Thursday, December 11, 2025
27.1 C
Bhubaneswar

ଆମ୍ବତୋଟାରୁ ଘରମୁହାଁ ହେଉଥିଲା ରଣାସାପ; ଉଦ୍ଧାର କରି ଜଙ୍ଗଲରେ ଛଡ଼ାଗଲା

ପାତ୍ରପୁର: ଏକ ରଣାସାପ ଆମ୍ବତୋଟାରୁ ଘର ମୁହାଁ ହେଉଥିବା ବେଳେ ବୁଧବାର ରାତିରେ ତାକୁ ଧରି ଜଙ୍ଗଲରେ ଛଡ଼ାଯାଇଛି। ଗତରାତି ନଅଘଣ୍ଟା ବେଳେ ଭ୍ରମରପୁର ପଞ୍ଚାୟତ ସମାସିଙ୍ଗିଶାସନ ଗ୍ରାମରେ ଦେଖିବାକୁ ମିଳିଛି ଏହି ଘଟଣା। ଗ୍ରାମର ଆମ୍ବ ତୋଟାରୁ ଏକ ରଣାସାପ ଘରମୁହାଁ ହେଉଥିବା ନାରାୟଣ ନାଇକ ଦେଖି ପାଟି କରିଥିଲେ। ଏହା ଶୁଣି ସାମ୍ବାଦିକ ରବୀନ୍ଦ୍ର କୁମାର ମିଶ୍ର ଏବଂ ତାଙ୍କ ସାନ ଭାଇ ଅବସରପ୍ରାପ୍ତ ଯବାନ ତୁରନ୍ତ ସାପ ପାଖରେ ପହଞ୍ଚିଥିଲେ। ତେବେ ସାପଟି ଜଳସେଚନ ବିଭଗର ଏକ ନାଳ ମଧ୍ୟରେ ପଶି ଯାଇଥିଲା। ଦୁଇ ଭାଇ ବହୁ କସରତ ପରେ ସୁରକ୍ଷିତ ସାପଟିକୁ ଉଦ୍ଧାର କରିଥିଲେ। ଏହାପରେ ସାପଟିକୁ ଗ୍ରାମ ବାହୁଦା ନଦୀ ଅପର ପାର୍ଶ୍ୱରେ ଥିବା ନନ୍ଦିଆ ପାହାଡ଼ରେ ଛାଡିଥିଲେ। ଏହି ଗ୍ରାମରେ ବିଭିନ୍ନ ସମୟରେ ବାହାରୁଥିବା ବିଷଧର ସାପଠାରୁ ବିଭିନ୍ନ ପ୍ରକାରର ସାପକୁ ଦୀର୍ଘ ବର୍ଷ ହେଲା ଧରି ଛାଡୁଥିବା ପରମ୍ପରା ରହିଛି। ଗ୍ରାମର ଅଧିକାଂଶ ଯୁବକ ସାପ ଧରି ପାହାଡରେ ଛାଡ଼ୁଛନ୍ତି। ଦୁଇ ମାସ ତଳେ ଗୋଟିଏ ଏଗାର ଫୁଟ ଲମ୍ବର ଅଜଗର ରାତି ସମୟରେ ଧରି ଏହି ପାହାଡରେ ଛଡ଼ା ଯାଇଥିଲା। ତେବେ ଗତକାଲି ଛଡ଼ା ଯାଇଥିବା ସାପଟିର ଲମ୍ବ ପ୍ରାୟ ପାଞ୍ଚଫୁଟ ହେବ।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories