www.samajalive.in
Thursday, December 11, 2025
15.1 C
Bhubaneswar

ହାତରେ ଥିଲେ ଏହି ଚିହ୍ନ, ସର୍ବଦା ରହେ ମହାଦେବଙ୍କ କୃପା

ହସ୍ତରେଖା ଶାସ୍ତ୍ର ଅନୁସାରେ, ହାତରେ ଥିବା ରେଖା ଓ ଚିହ୍ନ ବ୍ୟକ୍ତିଙ୍କ ଜୀବନର ରହସ୍ୟ ଏବଂ ଭବିଷ୍ୟତ ବିଷୟରେ ସୂଚନା ଦେଇଥାଏ। ଏହି ଚିହ୍ନ ଓ ରେଖାର ପ୍ରଭାବ ସମଗ୍ର ଜୀବନ ଉପରେ ପଡ଼ିଥାଏ। ଏପରି କିଛି ରେଖା ଏବଂ ଚିହ୍ନ ଅଛି, ଯାହା ହାତରେ ଥିଲେ ଜଣେ ବ୍ୟକ୍ତି ଭାଗ୍ୟବାନ ହେବା ସହ ପ୍ରଭୁ ଶିବଙ୍କ କୃପା ସର୍ବଦା ତାଙ୍କ ଉପରେ ରହିଥାଏ। ଏହିପରି ବ୍ୟକ୍ତିମାନେ କୌଣସି ପ୍ରତିବନ୍ଧକ ବିନା ସଫଳତା ହାସଲ କରନ୍ତି। ଶ୍ରାବଣ ମାସ ଅବସରରେ ଆସନ୍ତୁ ଜାଣିବା କେଉଁ ଚିହ୍ନ ପାପୁଲିରେ ଥିଲେ ମହାଦେବଙ୍କ ଆଶୀର୍ବାଦ ସର୍ବଦା ରହିଥାଏ।

ପାପୁଲିରେ ତ୍ରିଶୂଳ ଚିହ୍ନ:

- Advertisement -

ହସ୍ତରେଖା ଶାସ୍ତ୍ର ଅନୁସାରେ, ତ୍ରିଶୂଳ ଭଗବାନ ଶିବଙ୍କର ପ୍ରତୀକ ଭାବରେ ବିବେଚନା କରାଯାଏ ଏବଂ ଯେଉଁ ବ୍ୟକ୍ତିଙ୍କ ପାପୁଲିରେ ତ୍ରିଶୂଳ ଚିହ୍ନ ଥାଏ, ଜନ୍ମରୁ ଭଗବାନ ଶିବଙ୍କ କୃପା ତାଙ୍କ ଉପରେ ରହିଥାଏ। ଅପରପକ୍ଷେ, ଯଦି ତ୍ରିଶୂଳ ଚିହ୍ନ ଭାଗ୍ୟ ରେଖା କିମ୍ବା ମସ୍ତକ ରେଖା ଉପରେ ଥାଏ, ତେବେ ଏହି ରେଖାଗୁଡ଼ିକର ଫଳ ବହୁଗୁଣିତ ହୋଇଯାଏ। ଏଥିସହ ବ୍ୟକ୍ତି ଯେଉଁ କ୍ଷେତ୍ରରେ ଯାଏ ସର୍ବଦା ସଫଳତା ହିଁ ପାଇଥାଏ ଏବଂ ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିଥାଏ।

ପାପୁଲିରେ ଡମ୍ବରୁ ଚିହ୍ନ:

ତ୍ରିଶୂଳ ପରି ଡମ୍ବରୁ ଚିହ୍ନକୁ ମଧ୍ୟ ହସ୍ତରେଖା ଶାସ୍ତ୍ରରେ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହି ଚିହ୍ନ ଖୁବ୍‌ କମ୍‌ ଲୋକଙ୍କ ହାତରେ ଥାଏ କିନ୍ତୁ ଯାହା ହାତରେ ଏହି ଚିହ୍ନ ଥାଏ, ଭୋଳାନାଥ ତାଙ୍କ ଉପରେ କେବେ କୌଣସି ସଙ୍କଟ ଆସିବାକୁ ଦିଅନ୍ତି ନାହିଁ। ଯଦି ଡମ୍ବରୁ ଚିହ୍ନ ବୃହସ୍ପତି ପର୍ବତରେ ରହିଛି, ତେବେ ଏହା ଆହୁରି ଶୁଭ ବୋଲି ବିବେଚନା କରାଯାଏ। କାରଣ ଏପରି ବ୍ୟକ୍ତିଙ୍କୁ କେବେହେଲେ ଅର୍ଥାଭାବର ସମ୍ମୁଖୀନ ହେବାକୁ ପଡି ନଥାଏ ଏବଂ ସେ ସର୍ବଦା ଉଚ୍ଚ ପଦବୀରେ ରହିଥା’ନ୍ତି।

ପାପୁଲିରେ ଅର୍ଦ୍ଧ ଚନ୍ଦ୍ର ଆକୃତି:

ଭୋଳାନାଥଙ୍କ ମସ୍ତକରେ ସୁଶୋଭିତ ଚନ୍ଦ୍ରମାର ଆକୃତି ଯଦି ହାତରେ ଥାଏ, ତେବେ ଏହା ଅତ୍ୟକ୍ତ ଶୁଭପ୍ରଦ ହୋଇଥାଏ। ଏହି ଚିହ୍ନ ଆଜୀବନ ଲାଭ ଦେଇଥାଏ ଓ ଆଗକୁ ବଢିବାକୁ ସର୍ବଦା ପ୍ରୋତ୍ସାହିିତ କରିଥାଏ। ହାତରେ ଚନ୍ଦ୍ରର ଆକୃତି ରହିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ଏବଂ ଶାଶୁଘର ସହିତ ସମ୍ପର୍କ ମଧୁର ରହିଥାଏ। ଏମାନଙ୍କ ଜାତକରେ ମଧ୍ୟ ଚନ୍ଦ୍ର ସର୍ବଦା ଶୁଭ ଫଳ ଦେଇଥାଏ ଏବଂ ମନକୁ ଶାନ୍ତ ରଖେ। ଯଦ୍ବାରା ଏମାନେ ସର୍ବଦା ନିଜ ଲକ୍ଷ୍ୟ ଆଡକୁ ଅଗ୍ରସର ହୋଇଥାଆନ୍ତି। ଏପରି ବ୍ୟକ୍ତି ସର୍ବଦା ନେତୃତ୍ବ ନେଇଥା’ନ୍ତି ଓ ଶାନ୍ତ ଜୀବନଯାପନ କରନ୍ତି।

ପାପୁଲିରେ ପତାକା ଚିହ୍ନ:

​‌ଯେଉଁ ବ୍ୟକ୍ତିଙ୍କ ହାତରେ ପତାକା ଚିହ୍ନ ଥାଏ, ତାଙ୍କ ଉପରେ​‌ ମହାଦେବଙ୍କ କୃପା ବଜାୟ ରହିଥାଏ। ପତାକା ଚିହ୍ନ ଶନି ଦେବଙ୍କ ସହ ଜଡିତ ବୋଲି ମଧ୍ୟ ବିଶ୍ୱାସ କରାଯାଏ, ତେଣୁ ଏହାକୁ ସୁଖ ଏବଂ ପ୍ରସିଦ୍ଧିର ପ୍ରତୀକ ଭାବରେ ମଧ୍ୟ ବିବେଚନା କରାଯାଏ। ଏହି ଚିହ୍ନ ଥିଲେ ବ୍ୟକ୍ତି ମାନସିକ ସ୍ତରରେ ମଜଭୂତ ହୋଇଥାଏ ଏବଂ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରେ, ଯଦ୍ବାରା ତାଙ୍କୁ ଅନେକ ଖ୍ୟାତି ମିଳିଥାଏ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories