www.samajalive.in
Wednesday, December 10, 2025
18.1 C
Bhubaneswar

ମଙ୍କିପକ୍ସ ଯୋଗୁ ଦେଶରେ ପ୍ରଥମ ମୃତ୍ୟୁ; ସଙ୍ଗରୋଧରେ ୨୦

ନୂଆଦିଲ୍ଲୀ: କେରଳର ତ୍ରିଶୁରରେ ମଙ୍କିପକ୍ସ ସନ୍ଦେହରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାରେ ଡରାଇଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ଯୁବକଙ୍କ ମୃତ୍ୟୁ ପରେ ତାଙ୍କ ଯାଞ୍ଚ ରିପୋର୍ଟ ସାମ୍ନାକୁ ଆସିଛି। ଯୁବକଜଣକ ମଙ୍କିପକ୍ସ ଦ୍ବାରା ସଂକ୍ରମିତ ଥିବା ଜଣାପଡ଼ିଛି। ଏହାପରଠାରୁ ସ୍ବାସ୍ଥ୍ୟ ବିଭାଗରେ ଆଲୋଡ଼ନ ସୃଷ୍ଟି ହୋଇଛି।

ସୂଚନା ମୁତାବକ, ଶନିବାର କେରଳର ତ୍ରିଶୁରରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କଠାରେ ମଙ୍କିପକ୍ସର ଲକ୍ଷଣ ଦେଖା ଦେଇଥିଲା ଓ ସେ ନିକଟରେ ସଂଯୁକ୍ତ ଆରବ ଏମିରେଟ୍‌ସ  ଯାତ୍ରା କରି ଭାରତ ଫେରିଥିଲେ। ଏପର୍ଯ୍ୟନ୍ତ ତାଙ୍କ ସମ୍ପର୍କରେ ଆସିଥିବା ୨୦ ଜଣଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି।

- Advertisement -

ଯୁବକ ଜଣକ ୨୨ ଜୁଲାଇରେ ଭାରତରେ ପହଞ୍ଚିଥିଲେ। ଜୁଲାଇ ୨୭ ତାରିଖରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶନିବାର ଯୁବକଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସଦସ୍ୟ ୟୁଏଇରେ କରାଯାଇଥିବା ଯାଞ୍ଚ ରିପୋର୍ଟକୁ ଡାକ୍ତରଖାନାରେ ଦାଖଲ କରିଥିଲେ, ଯାହାପରେ ବିଭାଗ ଚକିତ ହୋଇଯାଇଥିଲା। ଏହା ପରେ ଯୁବକଙ୍କର ନମୁନା ପୁଣି ନିଆଯାଇଥିଲା।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories