www.samajalive.in
Monday, December 8, 2025
17.1 C
Bhubaneswar

ଖାଲେଦାଙ୍କ ପୁଅଙ୍କୁ ଆଜୀବନ କାରାଦଣ୍ଡ

ଢାକା(ପିଟିଆଇ): ୨୦୦୪ ଅଗଷ୍ଟ ୨୧ରେ ବାଂଲାଦେଶର ଏକ ନିର୍ବାଚନ ରାଲିରେ ହୋଇଥିବା ଗ୍ରେନେଡ ଆକ୍ରମଣ ଘଟଣାରେ ଅଦାଲତ ୧୯ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିବାବେଳେ ଅନ୍ୟ ୧୯ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଆଜୀବନ କାରାଦଣ୍ଡାଦେଶ ପାଇଥିବା ଦୋଷୀଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପୁଅ ତାରିକ ରେହମାନ। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପାର୍ଟି ଆୱାମୀ ଲିଗ୍‍ ଦ୍ୱାରା ଆୟୋଜିତ ରାଲିକୁ ଲକ୍ଷ୍ୟ କରି ଏହି ଗ୍ରେନେଡ ଆକ୍ରମଣ ହୋଇଥିଲା। ହସିନା ସେତେବେଳେ ବିରୋଧୀ ଦଳ ନେତ୍ରୀ ଥିଲେ। ଏଥିରେ ହସିନାଙ୍କ ସମେତ ୫୦୦ ଆହତ ହେବା ସହ ୨୪ଜଣ ପ୍ରାଣ ହରାଇଥିଲେ। ଡିସେମ୍ବରରେ ବାଂଲାଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବାବେଳେ ଏହି ରାୟ ପ୍ରକାଶ ପାଇଛି। ୨୦୧୪ରେ ଖାଲେଦାଙ୍କ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ନିର୍ବାଚନକୁ ବର୍ଜନ କରିଥିଲା। ତାରିକ ରେହମାନ ଏବେ ଲଣ୍ଡନରେ ଆତ୍ମନିର୍ବାସନରେ ରହୁଛନ୍ତି। ବାଂଲାଦେଶ ସରକାର ତାଙ୍କୁ ପଳାତକ ଘୋଷଣା କରିଛି। ଲଣ୍ଡନରେ ରହି ସେ ବିଏନପିର ନେତୃତ୍ୱ ନେଉଛନ୍ତି। ଗତ ଫେବୃଆରୀରେ ଖାଲେଦା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ୫ବର୍ଷ ଜେଲ୍‍ ଦଣ୍ଡାଦେଶ ପାଇଛନ୍ତି। ଦଣ୍ଡାଦେଶ ପରେ ଖାଲେଦା ଜେଲ୍‍ରେ ବନ୍ଦୀ ଜୀବନ କାଟୁଥିବାବେଳେ ଏବେ ଅସୁସ୍ଥତା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories