Patra electronics

ସରସ୍ୱତୀ ଶିଶୁ ଵିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ପାଟଣା: ସ୍ୱାମପାଟଣା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଆଜି ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ପାଟଣା ଏବିଇଓ ସଚ୍ଚିଦାନନ୍ଦ ନନ୍ଦ ସେଠୀ ଓ ସମ୍ମାନୀତ ଅତିଥି ପରିଚାଳନା ସମିତିର ସଭାପତି ଅରବିନ୍ଦ ଦାଶ ଉପସ୍ଥିତି ରେ ଏହା ଉଦଘାଟିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶିଶୁ ମାନଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଅତିଥି ଦ୍ବୟ ମତ ରଖିଥିଲେ। ପ୍ରଧାନ ଆଚାର୍ଯ୍ୟ ଗଣେଶ୍ୱର କର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଜ୍ଞାନ ଗୁରୁଜୀ ହୀରାଲାଲ ମହାନ୍ତଙ୍କ ଦ୍ଵାରା ଏହି ମେଳା ଶିକ୍ଷା ବିକାଶ ସମିତି ନିୟମ ଅନୁଯାୟୀ ଶିଶୁ ଵର୍ଗ, ବାଲ ବର୍ଗ ଓ କିଶୋର ବର୍ଗ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିଥିଲେ। ବିଜ୍ଞାନ ପ୍ରକଳ୍ପ, ଗଣିତ ପ୍ରୟୋଗ, ବିଜ୍ଞାନ ପ୍ରୟୋଗ ପ୍ରଶ୍ନ ମଞ୍ଚ ଗଣିତ ପ୍ରଶ୍ନମଞ୍ଚ, ପତ୍ରବାଚନ ଗଳ୍ପ କଥନ, ପ୍ରତିଯୋଗିତା ଆଦି ଅନୁଷ୍ଠିତ ହୋଇଥିଲା। ଗୁରୁମା ଶୋଭାଶ୍ରୀ ଷଡଙ୍ଗୀଙ୍କ ସହ ସମସ୍ତ ଗରୁଜୀ ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.