Patra electronics

ବର୍ଷା ପାଇଁ ଗ୍ରାମ ଠାକୁରାଣୀଙ୍କୁ ଜଳାଭିଷେକ କଲେ ଗ୍ରାମବାସୀ

ଠାକୁରମୁଣ୍ଡା: ଆଷାଢ଼ ଯାଇ ଶ୍ରବଣ ମାସ ହେଲାଣି ହେଲେ ବର୍ଷା ହେଉଛି କମ୍। ଅଳ୍ପ ବର୍ଷା ପାଇଁ ଚାଷୀ କରି ପାରୁ ନାହାଁନ୍ତି ଚାଷ କାମ। ବର୍ଷାକୁ ଅପେକ୍ଷା କରି କରି ସମୟ ବିତିଯାଉଛି ହେଲେ ବର୍ଷା ହେଉନାହିଁ। ଶେଷରେ ବର୍ଷା ହେବାପାଇଁ ଗ୍ରାମବାସୀ ଓ ମହିଳାମାନେ ଏକତ୍ରିତ ହୋଇ ଗ୍ରାମର ଠାକୁରାଣୀଙ୍କୁ ଜଳାଭିଷେକ କରିଛନ୍ତି। ଶୁକ୍ରବାର ଦିନ ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ତାଳପଦା ଓ ବାଉଁଶଡ଼ିହା ଗ୍ରାମରେ।ତାଳପଦା ଗ୍ରାମର ଗ୍ରାମ ଦେବୀ ମା ସୁକେଶ୍ୱରୀ ଓ ବାଉଁଶଡ଼ିହା ଗ୍ରାମର ଗ୍ରାମ ଦେବୀ ମା ମାଳତୀ ଠାକୁରାଣୀ ଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହିତ ଗ୍ରାମର ଶତାଧିକ ମହିଳା ଗରା, ମାଠିଆରେ ପାଣି ଆଣି ଗ୍ରାମ ଠାକୁରାଣୀଙ୍କୁ ଗାଧେଇବା ସହିତ ମୁଣ୍ଡରେ ଢାଳିଛନ୍ତି। ବର୍ଷା ହେବା ପାଇଁ ଗ୍ରାମ ଦେବୀ ବା ଠାକୁରାଣୀଙ୍କୁ ପାଣିରେ ଗାଧୋଇଲେ ବର୍ଷା ହେବ ବୋଲି ଗ୍ରାମ ଗୁଡିକ ରେ ବିଶ୍ୱାସ ରହି ଆସିଛି। ଠାକୁରାଣୀଙ୍କୁ ଜଳାଭିଷେକ କରିବା ପରେ ତାଳପଦା, ଠାକୁରମୁଣ୍ଡା ଆଖପାଖ ଅଞ୍ଚଳରେ ଭଲ ବର୍ଷା ହୋଈ ଥିବାରୁ ଗ୍ରାମର ଲୋକମାନେ ଖୁବ ଖୁସି ହୋଇଛନ୍ତି।

Comments are closed.