www.samajalive.in
Thursday, December 11, 2025
15.1 C
Bhubaneswar

ନିମ୍ନମାନର ମରାମତି କାର୍ଯ୍ୟ ୧୫ ଦିନରେ ଛାତରୁ ଗଳିଲା ପାଣି, ବାରଣ୍ଡାରେ ବସି ପାଠ ପଢୁଛନ୍ତି ପିଲା

ଦେବଗଡ : ଶ୍ରେଣୀ ଗୃହର ଛାତରୁ କଂକ୍ରିଟ ଛେଲା ପଡୁଥିଲା । ସାମାନ୍ୟ ବର୍ଷାହେଲେ ଛାତରୁ ପାଣି ଗଳୁଥିଲା । ଫଳରେ ଗ୍ରୀଷ୍ମ, ବର୍ଷା ଓ ଶୀତ ଋତୁରେ ବାରକୋଟ ବ୍ଲକ ଡଁରା ଗ୍ରାମ ପଂଚାୟତ ଅନ୍ତର୍ଗତ ଚକ୍ରପାଲି ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଶ୍ରେଣୀ କୋଠରୀ ପରିବର୍ତ୍ତେ ବାରଣ୍ଡାରେ ବସି ପାଠପଢିବାକୁ ବାଧ୍ୟ ହେଉଥିଲେ । ଏନେଇ ଗତ ୨୦୨୧ ମସିହା ଅଗଷ୍ଟ ମାସ ୨୩ ତାରିଖ ଦିନ ଦୈନିକ ‘ସମାଜ’ରେ ଖବର ପ୍ରକାଶିତ ହେବାରୁ ଶ୍ରେଣୀ କୋଠରୀ ଛାତ ମରାମତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସେହିପରି ଡଁରା ଗ୍ରାମ ପଂଚାୟତ ପକ୍ଷରୁ ପ୍ରାୟ ଏକମାସ ପୂର୍ବେ ଏକଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମରାମତି କାମ ଓ ଶ୍ରେଣୀ କୋଠରୀର ଛାତ ଗ୍ରେଡିଂ କରାଯାଇଥିଲା । ଫଳରେ ଛାତ୍ର ଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀଙ୍କ ମନରେ ସାମାନ୍ୟ ଆଶ୍ୱସ୍ତି ପ୍ରକାଶ ପାଇବା ସହ ଶ୍ରେଣୀ କୋଠରୀ ଛାତରୁ ଆଉ ପାଣି ଗଳିବ ନାହିଁ ଏବଂ ପିଲାଏ ଶାନ୍ତିରେ ବସି ପାଠ ପଢିବେ ବୋଲି ସେମାନେ ଆଶା ବାନ୍ଧିଥିଲେ।

- Advertisement -

ମାତ୍ର ବିଡମ୍ବନାର ବିଷୟ ଏହା ଯେ, ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ଶ୍ରେଣୀ କୋଠରୀ ଛାତ ମରାମତି ହେବାର ୧୫ ଦିନ ନପୁରୁଣୁ ସାମାନ୍ୟ ବର୍ଷା ହେଲେ ମଧ୍ୟ ଛାତରୁ ପୂର୍ବଭଳି ଅନବରତ ପାଣି ଗଳିବା ସହ ଶ୍ରେଣୀ କୋଠରୀର ଚଟାଣ ଜଳରେ ଭରି ଯାଉଛି। ଫଳରେ ପିଲାଏ ଶ୍ରେଣୀ କୋଠରୀ ମଧ୍ୟରେ ବସିନପାରି ପୂର୍ବଭଳି ବାରଣ୍ଡାରେ ବସିବାକୁ ବାଧ୍ୟ ହେଉଛନ୍ତି । ତେବେ ବର୍ଷା ପାଣି ଛିଞ୍ଚା ମାରିଲେ ୫ଟି ଶ୍ରେଣୀର ପିଲା ଓ ଶିକ୍ଷକ ମାନେ ମଧ୍ୟ ବାରଣ୍ଡାରେ ବସିବା ସମ୍ଭବ ହେଉନାହିଁ। ଫଳରେ ବର୍ଷା ହେଲେ ସ୍କୁଲଟିକୁ ସମ୍ପୁର୍ଣ୍ଣ ଭାବେ ବନ୍ଦ କରିବାକୁ ପଡୁଛି । ତେବେ ଏଭଳି ପରିସ୍ଥିତିରେ ଡଁରା ଗ୍ରାମ ପଂଚାୟତ କର୍ତ୍ତୃପକ୍ଷ ପୁଣିଥରେ ଛାତର ମରାମତି କରିବା ବଦଳରେ ଦୋଷ ଦୁର୍ବଳତା ଲୁଚାଇବାକୁ ଯାଇ ଉକ୍ତ ଛାତରେ ପାଲ (ତାରପୋଲିନ)ଟାଣି କାମ ଚଳାଇବାକୁ ଉଦ୍ୟମ କରଛନ୍ତି । ତେବେ ଉକ୍ତ ପାଲ ମଧ୍ୟ ଅଣଓସାରିଆ ଏବଂ କମ ଲମ୍ବ ବିଶିଷ୍ଟ ହୋଇଥିବାରୁ ସମ୍ପୁର୍ଣ୍ଣ ଛାତକୁ ଘୋଡାଇ ରଖିପାରୁନାହିଁ । ଫଳରେ ଯଥା ପୂର୍ବଂ ତଥା ପରଂ ଅବସ୍ଥା ଦେଖାଦେବା ସହ ପିଲାଏ ପାଠପଢିବା ପାଇଁ ପୁଣିଥରେ ବାରଣ୍ଡାରେ ବସିବାକୁ ବାଧ୍ୟ ହେଉଛନ୍ତି । ମୋଟା ମୋଟି ଭାବେ କହିବାକୁ ଗଲେ ଏକଲକ୍ଷ ଟଙ୍କା ପାଣିରେ ପଡିଲା କହିଲେ ଅତ୍ୟୁକ୍ତି ହେବନାହିଁ । ତେବେ ଏ ସମ୍ପର୍କରେ ନିର୍ମାଣ କର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ବାରକୋଟ ବ୍ଲକର କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ବେହେରାଙ୍କ ମତାମତ ଲୋଡିବାରୁ ଏକଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ତତ୍ୱାବଧାନରେ ଉକ୍ତ ସ୍କୁଲର ମରାମତି କରାଯାଇଥିବା ସ୍ୱୀକାର କରିଛନ୍ତି। ତେବେ ନିମ୍ନ ମାନର କାର୍ଯ୍ୟ ସମ୍ପର୍କରେ ତାଙ୍କର ମତାମତ ଲୋଡିବାରୁ ସେ ଏହାକୁ ସ୍ୱୀକାର କରିନଥିଲେ ହେଁ ଅସ୍ୱୀକାର ମଧ୍ୟ କରିନାହାନ୍ତି । ଅନୁରୂପ ଭାବେ ମତାମତ ପାଇଁ ବାରକୋଟ ବ୍ଲକର ସହକାରୀ ନିର୍ବାହୀ ଅଧିକାରୀ ରାଣୀ ପଣ୍ଡାଙ୍କୁ ମଧ୍ୟ ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ହେଁ ଏହା ସମ୍ଭବ ହୋଇନାହିଁ । ତେବେ ସେ ଯାହା ହେଉନା କାହିଁକି ବାରକୋଟ ବ୍ଲକର ବିଡିଓ ଏବଂ ଦେବଗଡ ଜିଲାପାଳ ଏ ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାସହ ଶ୍ରେଣୀ କୋଠରୀ ଗୁଡିକର ଉପଯୁକ୍ତ ମରାମତି ବ୍ୟବସ୍ଥା କରିବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories