www.samajalive.in
Monday, December 8, 2025
13.1 C
Bhubaneswar

ଶ୍ରାବଣରେ ସବୁଜ ରଙ୍ଗର ବସ୍ତ୍ର : ଆଣିଥାଏ କର୍ମକ୍ଷେତ୍ରରେ ଉନ୍ନତି

ନିୟମିତ ପ୍ରାତଃ କାଳରେ ଶିବ ମନ୍ଦିର ଯାଆନ୍ତୁ ।

ସର୍ବପ୍ରଥମେ ଶିବଲିଙ୍ଗ ଉପରେ ମହୁ ଅର୍ପଣ କରନ୍ତୁ ।

- Advertisement -

ଏହା ପରେ ଶିବ ଲିଙ୍ଗ ଉପରେ ଜଳ ଅର୍ପଣ କରନ୍ତୁ ।
ଜଳ ଅର୍ପଣ କରିବା ସମୟରେ ବିଶେଷ ମନ୍ତ୍ର ଜପ କରନ୍ତୁ ।

ମନ୍ତ୍ର : ‘‘ଓଁ ଋଣମୁକ୍ତେଶ୍ବରାୟ ନମଃ ଶିବାୟ’’

ମନ୍ତ୍ର ଜପ କରିବା ପରେ ଋଣ ଭାରରୁ ଭୁକ୍ତି ପାଇଁ ପ୍ରାର୍ଥନା କରନ୍ତୁ ।

ଏହି ଉପାୟ ଶ୍ରାବଣ ମାସର ପ୍ରତି ମଙ୍ଗଳବାର କରନ୍ତୁ ।
ଏହି ମାସରେ କେଉଁ ରଙ୍ଗର ପୋଷାକ ପିନ୍ଧିବା ଦ୍ବାରା ଭୋଳାବାବା ପ୍ରସନ୍ନ ହୋଇଥାଆନ୍ତି ।

କୁହାଯାଏ ସବୁଜ ରଙ୍ଗ ମହାଦେବଙ୍କ ଅତ୍ୟନ୍ତ ପ୍ରିୟ ରଙ୍ଗ । ଯଦି ଆପଣ ସବୁଜ ରଙ୍ଗର ପୋଷାକ ପିନ୍ଧି ମହାଦେବଙ୍କୁ ପୂଜା କରୁଛନ୍ତି ତେବେ ଆପଣଙ୍କ ବିଗିଡି ଯାଇଥିବା କାର୍ୟ୍ୟ ବା ଅଟକି ରହିଥିବା କାର୍ୟ୍ୟ ପୁରା ହେବ । ଭୋଳାନାଥ ଆପଣଙ୍କ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।
ଏହି ମାସରେ ସବୁଜ ରଙ୍ଗର ପୋଷାକ ଧାରଣ କରିବା ସହ ସବୁଜ ରଙ୍ଗର ଚୁଡି ମଧ୍ୟ ପିନ୍ଧିବା ଅତି ଉତ୍ତମ ହୋଇଥାଏ । ବିବାହିତ ମହିଳାମାନେ ସବୁଜ ରଙ୍ଗର ପାଣି କାଚ ଚୁଡି ପିନ୍ଧିଲେ ଏହାକୁ ଶୁଭ ବୋଲି କୁହାଯାଏ ।

ଶ୍ରାବଣ ମାସରେ ଭୁଲରେ ବି କଳା ରଙ୍ଗର ପୋଷାକ ପିନ୍ଧିବା ଉଚିତ୍ ନୁହେଁ । ଏହା ଦ୍ବାରା ଭୋଳାନାଥ କ୍ରୋଧିତ ହୋଇଥାଆନ୍ତି ।

ଭଲ ଚାକିରି ବା ପଦୋନ୍ନତି ପାଇଁ ଆପଣ ଶ୍ରାବଣ ମାସରେ ସବୁଜ ରଙ୍ଗର ବସ୍ତ୍ର ଧାରଣ କରି ମହାଦେବଙ୍କୁ ଜଳ ଅର୍ପଣ କରନ୍ତୁ । ଏହା ଦ୍ବାରା ଆପଣଙ୍କୁ ବହୁତ ଶୀଘ୍ର ଚାକିରି ମିଳିବ କିମ୍ବା ପଦୋନ୍ନତି ହେବ ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories